Categories: ଜାତୀୟ

ଦେଶର ୨୫୭ ଥାନାରେ ନାହିଁ ଗାଡ଼ି, ୬୩୮ରେ ନାହିଁ ଫୋନ!

ନୂଆଦିଲ୍ଲୀ,୧୧ ।୨: ସଂସଦର ଏକ ସ୍ଥାୟୀ ସମିତି ଗୁରୁବାର ସଂସଦରେ ପ୍ରସ୍ତୁତ ନିଜ ରିପୋର୍ଟରେ ଦର୍ଶାଇଛି କି ଦେଶର ୨୫୭ ଥାନରେ କୌଣସି ଗାଡ଼ି ନାହିଁ ଓ ୬୩୮ ଥାନାରେ ଟେଲିଫୋନ ନାହିଁ । କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରଣାଳୟ ସମ୍ବନ୍ଧିୟ ସ୍ଥାୟୀ ସମିତି କହିଛି ୧ ଜାନୁୟାରୀ, ୨୦୨୦ର ସ୍ଥିତି ଅନୁଯାୟୀ ଦେଶରେ ୧୬,୮୩୩ ଥାନା ମଧ୍ୟରୁ ୨୫୭ରେ ଗାଡ଼ି ନାହିଁ ଓ ୬୩୮ଟିରେ ଟେଲିଫୋନ ନାହିଁ । ଏହାସହ ୧୩୪ ଥାନାରେ ୱୟାରଲେସ ବା ମୋବାଇଲ ଫୋନ ନାହିଁ ।
ସମିତି କହିଛି ଆଧୁନିକ ପୋଲିସ ପ୍ରଣାଳୀରେ ସୁଦୃଢ ସଂଚାର ସମର୍ଥନ, ଆଧୁନିକ ଉପକରଣ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲାଗି ଏସବୁ ଜରୁରୀ । ୨୧ଶ ଶତାବ୍ଦୀରେ ବି ଭାରତ ବିଶେଷ କରି ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ପଞ୍ଜାବ ଭଳି ସମ୍ବେଦନଶୀଳ ରାଜ୍ୟର ଥାନା ଟେଲିଫୋନ ଅବା ୱୟାରଲୋସ କନେକଟିଭିଟି ବିନା ଚାଲୁଛି । ଯେଉଁଠିକି ଏହି ରାଜ୍ୟମାନଙ୍କ ମଧ୍ୟରୁ ୨୦୧୮-୧୯ରେ କିଛି ଥାନା ଭଲ ପ୍ରଦର୍ଶନ ପାଇଁ ସମ୍ମାନୀତ ହୋଇଛନ୍ତି ।

Share