Categories: ଜାତୀୟ

ଜମ୍ମୁ-କଶ୍ମୀର, ଲଦାଖ ଯିବ ସଂସଦୀୟ କମିଟି

ନୂଆଦିଲ୍ଲୀ, ୨।୮: ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଗଷ୍ଟ ୧୭ରୁ ୨୧ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଏବଂ ଲଦାଖ ଗସ୍ତରେ ଯିବ। ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ଶାସନ, ବିକାଶ ଏବଂ ଜନସାଧାରଣଙ୍କ କଲ୍ୟାଣ ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ, ସେନେଇ କମିଟି ଅନୁଧ୍ୟାନ କରିବ। ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ତଥା କଂଗ୍ରେସ ଏମ୍‌ପି ଆନନ୍ଦ ଶର୍ମାଙ୍କ ନେତୃତ୍ୱରେ ଉକ୍ତ କମିଟି ୧୬ରେ ଲଦାଖରେ ପହଞ୍ଚତ୍ ସେଠାରେ ୧୭ ଓ ୧୮ ଦୁଇଦିନ ରହିବ। ୧୯ରୁ ୨୧ କମିଟି ଜମ୍ମୁ-କଶ୍ମୀରରେ ବିତାଇବ। ଜୁନ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ପ୍ରମୁଖ ଦଳଗୁଡ଼ିକର ନେତାଙ୍କୁ ଭେଟି ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ସହଯୋଗ କରିବାକୁ କହିବା ସହ ବିଧାନସଭା ନିର୍ବାଚନ ଲାଗି ପ୍ରତିଶ୍ରୁତି ଦେଇଥିଲେ।

Share