Categories: ଜାତୀୟ

ସଂସଦୀୟ ବ୍ୟାଘାତ ଏକ ଚିନ୍ତାର ବିଷୟ: ଉପରାଷ୍ଟ୍ରପତି…

ଜୟପୁର,୨୨।୮ : ସଂସଦୀୟ କାର୍ଯ୍ୟ ଉପରେ ମନ୍ତବ୍ୟ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ମଙ୍ଗଳବାର କହିଛନ୍ତି ପୂର୍ବରୁ ସମ୍ବିଧାନସଭାକୁ ଗୋଟିଏ ଦିନ ବି କୌଣସି ବ୍ୟାଘାତର ସମ୍ମୁଖୀନ ହୋଇ ନାହିଁ। ସଂସଦରେ ଅଧିକ ଜଟିଳ ପ୍ରସଙ୍ଗ ଉପରେ ମଧ୍ୟ ବିତର୍କ ହୋଇଥିଲା। ଭାରତ ଦ୍ରୁତ ଗତିରେ ଉଦୀୟମାନ ହେଉଛି ଏବଂ ଏହି ଦଶନ୍ଧି ଶେଷ ସୁଦ୍ଧା ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ।

ରାଜସ୍ଥାନର ଚିତ୍ତୋରଗଡର ସୈନିକ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏଭଳି କହିଛନ୍ତି। ରାଜ୍ୟସଭାର ଚେୟାରମ୍ୟାନ ଭାବରେ ମୁଁ ମୋର ଦୁଃଖ ବ୍ୟକ୍ତ କରୁଛି। ଆମକୁ ସମ୍ବିଧାନ ଦେଇଥିବା ସମ୍ବିଧାନସଭା ପ୍ରାୟ ତିନି ବର୍ଷ ଧରି ଅନେକ ବୈଠକ କରିଥିଲା। ଏହାର ପୂର୍ବର ପ୍ରସଙ୍ଗ ସାମ୍ପ୍ରତିକ ପ୍ରସଙ୍ଗ ତୁଳନାରେ ଅଧିକ ଜଟିଳ ଥିଲା। ତେବେ ସେସବୁକୁ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା।

ସେହି ପ୍ରସଙ୍ଗରେ ଯଦି ମୁଁ ଆଜିର ପରିସ୍ଥିତି ଦେଖେ, ତେବେ ଏହା ଚିନ୍ତାର ବିଷୟ। ଭାରତୀୟ ନ୍ୟାୟିକ ବ୍ୟବସ୍ଥାକୁ ସେ ପ୍ରଶଂସା କରିବା ସହ ରାସ୍ତା ଓହ୍ଳାଇବା କ୍ଷେତ୍ରରେ କାହାକୁ ନ୍ୟାୟ ପ୍ରଦାନ କରାଯିବା ଉଚିତ ନୁହେଁ।

ଉପରାଷ୍ଟ୍ରପତି କହିଛନ୍ତି, ଆଇନ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ନ୍ୟାୟର ସୁଯୋଗ ନ ନେଇ ନ୍ୟାୟ ପାଇବା ପାଇଁ ରାସ୍ତାକୁ ଓହ୍ଳାଇବା ପ୍ରବୃତ୍ତି ଅରାଜକତା ସୃଷ୍ଟି କରିବ। ଆମର ନ୍ୟାୟିକ ବ୍ୟବସ୍ଥା ଅତ୍ୟନ୍ତ ଶକ୍ତିଶାଳୀ। ନିକଟ ଅତୀତରେ ନିରପେକ୍ଷତା ସହ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଇଛି। ଏହି ଅନୁଷ୍ଠାନଉପରେ ଆମର ବିଶ୍ୱାସ ଦୋଳାୟମାନ ହେବା ଉଚିତ ନୁହେଁ। ଏହି ଅନୁଷ୍ଠାନର ବିଶ୍ୱସନୀୟତା ହ୍ରାସ କରିବାକୁ ଆମେ କାହାକୁ ଅଧିକାର ଦେଇ ପାରିବୁ ନାହିଁ।

ଜାତୀୟ ସ୍ବାର୍ଥକୁ ଅନ୍ୟ କୌଣସି ପ୍ରସଙ୍ଗଠାରୁ ଉର୍ଦ୍ଧ୍ୱରେ ରଖାଯିବା ଆବଶ୍ୟକ। ଏହା ଏକ ବିକଳ୍ପ ନୁହେଁ। ଏହା ହେଉଛି ଏକମାତ୍ର ଉପାୟ। ଆମେ ଆମର ଜାତୀୟ ସ୍ବାର୍ଥ ନେଇ ଆପୋଷ ବୁଝାମଣା କରିପାରିବୁ ନାହିଁ। ଆମେ ସର୍ବଦା ଭାରତୀୟ ବୋଲି ଗର୍ବିତ ହେବା ଉଚିତ। ବିଫଳତାକୁ ଭୟ ନ କରିବାକୁ ଏବଂ ଅନୁଶାସିତ ହେବା ଜୀବନୀ ଲକ୍ଷ୍ୟ ହେବା ଜରୁରୀ।

Share