ପାରୋ ହେଟ୍‌ସ ଦେବଦାସ

ଆର.ଆର୍‌. ଇଭେଣ୍ଟସ ବ୍ୟାନରରେ ନିକଟରେ ‘ମହାବାହୁ’ ଟାଇଟଲ ବିଶିଷ୍ଟ ଏକ ସିନେମାର ମହୁରତ ଅନୁଷ୍ଠିତ ହୋଇଥିଲା। ଏହାର ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ମହୁରତ ମଧ୍ୟ ଶେଷ କରିଛନ୍ତି। ଫିଲ୍ମଟିର ଟାଇଟଲ ରହିଛି ‘ପାରୋ ହେଟସ ଦେବଦାସ’। ଖାସ୍‌ କଥା ହେଲା ବେଶ୍‌ କିଛି ବର୍ଷର ଗ୍ୟାପ୍‌ ପରେ ନାୟିକା ପ୍ରିୟା ଚୌଧୁରୀ ପୁଣି ଥରେ ଓଲିଉଡ୍‌କୁ କମ୍‌ବ୍ୟାକ୍‌ କରୁଛନ୍ତି। ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ ବବି ମିଶ୍ର। କେବଳ ସେତିକି ନୁହେଁ, ନବାଗତ ଶ୍ରୀଜିତ ମଧ୍ୟ ଏହି ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରୁଛନ୍ତି। ଚିତ୍ରଟିର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଅଶୋକ ପତି। ବବି ଏବଂ ପ୍ରିୟାଙ୍କ ବ୍ୟତୀତ ଏଥିରେ ମନସ୍ବିନୀ ଏବଂ ପିଣ୍ଟୁ ନନ୍ଦ ମଧ୍ୟ ଦେଖିବାକୁ ମିଳିବେ। ଫିଲ୍ମରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଉଛନ୍ତି ବୈଦନାଥ ଦାଶ। ଏ ନେଇ ରମେଶ କହନ୍ତି, ‘ଫିଳ୍ମଟିରେ ଭରପୂର କମେଡି ରହିଛି। ତା’ସହ ଲଭ୍‌ , ଇମୋଶନ, ଫାଇଟ୍‌ର ତଡ୍‌କା ମଧ୍ୟ ଦର୍ଶକ ଏଥିରୁ ପାଇବେ। ଏହି ଫିଲ୍ମଟି ସବୁ ବର୍ଗର ଦର୍ଶକଙ୍କୁ ପ୍ରଭାବିତ କରିବ ବୋଲି ମୋର ଆଶା ରହିଛି।’

Share