ଲାଇଭ ଶୋ’ ସମୟରେ ରିପୋର୍ଟରଙ୍କ ଇୟରପିସ୍ ନେଇଗଲା ଶୁଆ: ଭିଡିଓ ଭାଇରାଲ

ୱାଶିଂଟନ,୬ ।୧୧: ଆମେରିକାର ରାଜଧାନୀ ୱାଶିଂଟନରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଶୁଆ ଲାଇଭ୍ ରିପୋର୍ଟିଂ କରୁଥିବା ଜଣେ ରିପୋର୍ଟରଙ୍କ ଇୟର ଫୋନ ନେଇଯାଇଛି । ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଦର୍ଶକେ ଏହି ଭିଡିଓକୁ ଖୁବ୍ ପସନ୍ଦ ବି କରୁଛନ୍ତି । ଆପଣ ବି ଏହାକୁ ଦେଖିଲେ ନ ହସି ରହିପାରିବେନି । ଏହି ଭଡିଓକୁ ଜାୟନେ ହାଲ ହେଡ ନାମକ ଜଣେ ମହିଳା ପୋଷ୍ଟ କରିଛନ୍ତି । ଭାଇରାଲ ଭିଡିଓକୁ ହଜାର ଥର ଦେଖା ସରିଲାଣି ।
ସୂଚନା ଅନୁଯାୟୀ, ଖବରଦାତା, ନିକୋଲସ କ୍ରମ ଏକ ଚୋରୀ ଘଟଣାକୁ ନେଇ ଲାଇଭ୍ ରିପୋର୍ଟିଂ କରୁଥିଲେ । ଏହି ସମୟରେ ତାଙ୍କ ବାମ ପଟରୁ ଗୋଟିଏ ଶୁଆ ଉଡି ଆସି ତାଙ୍କ କାନ୍ଧରେ ବସି ଯାଇଥିଲା । ପ୍ରାୟ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଶୁଆଟି ତାଙ୍କ କାନ୍ଧରେ ବସି ରହିଲା । ପ୍ରଥମେ ଶୁଆକୁ ଦେଖି ଖବରଦାତା ହଡବଡେଇ ଯାଇଥିଲେ ହେଲେ ସେ ରିପୋର୍ଟିଂ କରିଚାଲିଥିବା ବେଳେ ଶୁଆଟି ତାଙ୍କ ବାମ ପଟର ଇୟର ପିସକୁ ନେଇ ଖୁବ୍ ଜୋରରେ ଉଡି ଯାଇଥିଲା । ଏହା ଜାଣି ରପୋର୍ଟର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

 

Share