Categories: ଜାତୀୟ

ମିଳିତ ମେଣ୍ଟ ‘ଇଣ୍ଡିଆ’ର ଅଂଶ ହୋଇଥିଲେ ଶ୍ୱାସରୁଦ୍ଧ ହୋଇଯାଇଥାନ୍ତି: ଓଓ୍ବାଇସି

ନୂଆଦିଲ୍ଲୀ,୧୯।୯: ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ତଥା ହାଇଦ୍ରାବାଦ ଏମ୍‌ପି ଅସଦୁଦ୍ଦିନ ଓୱାଇସି ପୁଣି ଥରେ ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ଟାର୍ଗେଟ୍‌ କରିଛନ୍ତି। ଯଦି ମୁଁ ଏହି ମିଳିତ ମେଣ୍ଟର ଅଂଶ ହୋଇଥାନ୍ତେ ତେବେ ସେ ଶ୍ୱାସରୁଦ୍ଧ ହୋଇଯାଇଥାନ୍ତି ବୋଲି ଓଓ୍ବାଇସି କହିଛନ୍ତି।
ମିଳିତ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ ନ ପାଇ ଓୱାଇସି କହିଛନ୍ତି, ମୁଁ ମିଳିତ ମେଣ୍ଟ ‘ଇଣ୍ଡିଆ’ରେ ନାହଁି। ଏଥିରେ ଆଦୌ ଚିନ୍ତିତ ମଧ୍ୟ ନୁହେଁ। ଏଭଳି ସହଯୋଗୀ ସହ ଯିବାକୁ ମୁଁ ପସନ୍ଦ କରେ ନାହିଁ। ମୁଁ ସେଠାରେ ଶ୍ୱାସରୁଦ୍ଧ ହୋଇଥାନ୍ତି। ସେମାନେ କାହିଁକି ସେମାନଙ୍କ ଆଦର୍ଶ ଉପରେ ଭାଜପା ବିରୋଧରେ ଠିଆ ହେଉନାହାଁନ୍ତି?
ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ଓୱାଇସି ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଓୱାଇସି କହିଛନ୍ତି, ୨୦୧୯ରେ ରାହୁଲ ଗାନ୍ଧୀ ଆମେଠିରେ ହାରିଥିଲେ, କିନ୍ତୁ ସେ ୱାୟାନାଡରେ ଜିତିଥିଲେ। କାରଣ ମୁଁ ସେଠାରେ ନିର୍ବାଚନ ଲଢିି ନ ଥିଲି। ସେଠାରେ ଭାଜପା ସହିତ ମୋର କୌଣସି ଡିଲ ନ ଥିଲା। ରାହୁଲ ୱାୟାନାଡରୁ ଜିତିଥିଲେ କାରଣ ସେଠାରେ ମୁସଲିମ ଲିଗ ଅଛି। ମୁସଲିମ ଲିଗ ତାଙ୍କୁ ବୁଡ଼ିଯିବାରୁ ରକ୍ଷା କରିଥିଲା।

Share