Categories: ଜାତୀୟ

‘ମୋର କିଛି ହଜିଗଲା ଭଳି ଲାଗୁଛି’

ନୂଆଦିଲ୍ଲୀ,୬।୨: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜୀବନର ଅଂଶ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଏଭଳି କହିଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ୯୨ ବର୍ଷ ବୟସରେ କୋକିଳକଣ୍ଠି ଗାୟିକାଙ୍କ ରବିବାର ମୃତ୍ୟୁ ଘଟିଛି। ସେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସଃ ତ୍ୟାଗ କରିଥିଲେ। ଜାନୁୟାରୀ ୮ ତାରିଖରୁ କୋଭିଡ୍‌-୧୯ ଓ ନିମୋନିଆ କାରଣରୁ ତାଙ୍କୁ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲତାଙ୍କ ଅନ୍ତିମ ଦର୍ଶନ କରିଥିଲେ ତେନ୍ଦୁଲକର।

“ଲତା ଦିଦିଙ୍କ ଜୀବନର ଅଂଶ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ସେ ସର୍ବଦା ମୋ ଉପରେ ସ୍ନେହ ଏବଂ ଆର୍ଶୀବାଦ ବର୍ଷା କରନ୍ତି। ତାଙ୍କ ବିୟୋଗ ଯୋଗୁ ମୋର କିଛି ହଜି ଗଲା ଭଳି ଲାଗୁଛି। ତାଙ୍କ ସଂଗୀତ ମାଧ୍ୟମରେ ସେ ଆମ ହୃଦୟରେ ସର୍ବଦା ରହିବେ” ବୋଲି ତେନ୍ଦୁଲକର ଟୁଇଟ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଲତା ମାଙ୍ଗେସ୍‌କରଙ୍କ ସ୍ମୃତିରେ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି।

Share