ଟାଇଗର ଶ୍ରଫ୍‌ଙ୍କ ଗର୍ଲଫ୍ରେଣ୍ଡଙ୍କୁ ଡେଟ୍‌ କରିସାରିଛନ୍ତି ଏହି ଅଭିନେତା,ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ନେଇ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ବଲିଉଡ୍‌ ହେଉ କି ଟେଲି ପରଦା, ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେଭଳି ଜଣେ ହେଲେ କସୌଟି ଜିନ୍ଦେଗୀ କି-୨ର ଅନୁରାଗ ଅର୍ଥାତ ପାର୍ଥ ସମଥାନ। ଅଭିନୟକୁ ଆସିବା ପୂର୍ବରୁ ସେ ମଡେଲିଂ କରୁଥିଲେ। ଏହି ସମୟରେ ସେ ଟାଇଗରଙ୍କ କଥିତ ଗର୍ଲଫ୍ରେଣ୍ଡ ଦିଶା ପଟାନୀଙ୍କୁ ଡେଟ୍‌ କରୁଥିଲେ। ଦୀର୍ଘ ଏକ ବର୍ଷ ଧରି ଏଭଳି ଚାଲିଥିଲା। ହେଲେ ବିକାଶ ଗୁପ୍ତାଙ୍କ ଯୋଗୁ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ପାର୍ଥଙ୍କୁ ଡେଟ୍‌ କରିବା ବେଳେ ଦିଶା ବଲିଉଡ୍‌ରେ ଡେବ୍ୟୁ କରି ନ ଥିଲେ। ଉଭୟଙ୍କ ଏକାଧିକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ହେଲେ ଅଭିନେତା ବିକାଶଙ୍କ ସହ ସମ୍ପର୍କ ଗଢ଼ି ଉଠିବା ପରେ କଥା ବିଗିଡ଼ି ଯାଇଥିଲା। ଘଟଣାକୁ ନେଇ ପାର୍ଥ ବିବାଦକୁ ଆସିଥିଲେ। ଏହାଛଡ଼ା ପାର୍ଥଙ୍କ ନାମ ଏରିକା ଫର୍ନାଡିସ୍‌ଙ୍କ ସହ ଯୋଡି ହୋଇଛି। ଏରିକା ଏବଂ ପାର୍ଥ କସୌଟିରେ ଏକାଠି କାମ କରିଥିଲେ।

ଆଗାମୀ ଦିନରେ ପାର୍ଥ କରନ୍‌ ଜୋହରଙ୍କ ‘ଦୋସ୍ତାନା-୨’ରେ ନଜର ଆସିବେ। ଏଥିରେ ତାଙ୍କ ଛଡ଼ା ଜାହ୍ନବୀ କପୁର ଏବଂ କାର୍ତ୍ତିକ ଆର୍ୟନ ପ୍ରମୁଖ ଅଛନ୍ତି।

Share