Categories: ଜାତୀୟ

ମନ୍ତ୍ରୀ ପଦରୁ ହଟିଲେ ପାର୍ଥ ଚାଟାର୍ଜୀ

କୋଲକତା,୨୮।୭: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ଇଡି ଦ୍ୱାରା ଗିରଫ ହେବା ପରେ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ଦାବି ହୋଇଥିଲା। ଗୁରୁବାର ମମତା ବାନାର୍ଜୀ ଏକ କ୍ୟାବିନେଟ ବୈଠକ ଡାକିଥିଲେ। ଏହି ବୈଠକର କିଛି ସମୟ ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପାର୍ଥ ଚାଟାର୍ଜୀ ମମତା ସରକାରରେ ଶିଳ୍ପ, ବାଣିଜ୍ୟ ଏବଂ ଉଦ୍ୟୋଗ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଇଲେକ୍ଟ୍ରୋନିକ୍ସ ବିଭାଗର ମନ୍ତ୍ରୀ ଥିଲେ।
ପାର୍ଥ ଚାଟାର୍ଜୀଙ୍କୁ ଜୁଲାଇ ୨୩ରେ ଇଡି ପକ୍ଷରୁ ଗିରଫ କରିଥିଲା। ଗିରଫ ପୂର୍ବରୁ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଇଡି ପ୍ରାୟ ୨୧ କୋଟି ଟଙ୍କା ଜବତ କରିଥିଲା। ସରକାରୀ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ସମୟରେ ପାର୍ଥ ଚାଟାର୍ଜୀଙ୍କ ପାଖରେ ଶିକ୍ଷା ବିଭାଗର ଦାୟିତ୍ୱ ଥିଲା। ପରେ ଏହି ବିଭାଗ ତାଙ୍କଠାରୁ ନିଆଯାଇଥିଲା।

Share