Categories: ଜାତୀୟ

ଅଗଷ୍ଟ ୩ ଯାଏ ଇଡି ହେପାଜତକୁ ଗଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୬।୭: ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ପାର୍ଥ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଅଗଷ୍ଟ ୩ ଯାଏ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ହେପାଜତରେ ରହିବେ । କୋଲକାତାର ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଦୁହିଁଙ୍କୁ ଇଡି ହେପାଜତକୁ ପଠାଇ ଦେଇଛନ୍ତି । ଇଡି ୧୪ ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୧୦ ଦିନ ପାଇଁ ଅନୁମତି ଦେଇଛନ୍ତି । ସେହିପରି ପ୍ରତି ୪୮ ଘଣ୍ଟାରେ ଥରେ ଗିରଫ ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ, ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରାଯାଇଥିଲା। ଏପରିକି ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୧ କୋଟି ଟଙ୍କା ଜବତ କରିଥିଲା। ପରେ ଉଭୟଙ୍କୁ ଶନିବାର ଗିରଫ ପରେ ପାର୍ଥଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରି ଇଡି ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା।

Share