ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି: ଏମ୍ସ

କୋଲକାତା/ଭୁବନେଶ୍ୱର,୨୫।୭(ବ୍ୟୁରୋ): ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିବା କହିଛି ଭୁବନେଶ୍ୱର ଏମ୍ସ। ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ନିର୍ଦ୍ଦେଶକ ଆଶୁତୋଶ ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ଠିକ୍‌ ଅଛି। ଆଜି ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଏମ୍ସ କହିଛି। ମନ୍ତ୍ରୀ ଚାଟାର୍ଜୀ କୋଲକାତାର ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା କରି ଇଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ କୋଲକାତା ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସୋମବାର ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା।

 

Share