Categories: ଖେଳ

ଲିଜେଣ୍ଡ ଲିଗ୍‌ରେ ଖେଳିବେ ପାର୍ଥିବ

ନୂଆଦିଲ୍ଲୀ,୧୬ା୭: ପୂର୍ବତନ ଭାରତୀୟ ଉଇକେଟକିପର ପାର୍ଥିବ ପଟେଲ ସେପ୍ଟେମ୍ବରରେ ହେବାକୁଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ(ଏଲ୍‌ଏଲ୍‌ସି)ର ଦ୍ୱିତୀୟ ସିଜନରେ ଭାଗ ନେବେ। ଭାରତର ଅନ୍ୟ ୩ ପୂର୍ବତନ ଖେଳାଳି ସ୍ପିନର ପାର୍ଥିବ ପଟେଲ, ଅଲରାଉଣ୍ଡର ରୀତିନ୍ଦର ସୋଧି ଓ ପେସର ଅଶୋକ ଦିଣ୍ଡା ଲିଗ୍‌ ପ୍ରକ୍ରିୟାରେ ସାମିଲ ହେବେ ବୋଲି ସ୍ପଷ୍ଟ କରିଛନ୍ତି। ଏଲ୍‌ଏଲ୍‌ସି ଦ୍ୱିତୀୟ ସିଜନରେ ୪ଟି ଦଳ ଓ ୧୧୦ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ନେଇ ଅନୁଷ୍ଠିତ ହେବ।

Share