ମଣିପୁର ବିଭାଜନ

ମଣିପୁରରେ ୪ ମାସ ହେଲା ମେଇତି ଓ କୁକି ଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଜାତିଆଣ ହିଂସାରେ ୧୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଏଥିରେ ୫୦,୦୦୦ରୁ ଅଧିକ ଲୋକଙ୍କୁ ବିସ୍ଥାପିତ କରାଯାଇଛି। ହିଂସା ମଧ୍ୟରେ ଅନେକ ବିଷୟ ପଦାକୁ ଆସିଛି, ଯାହା ପାଇର୍ଁ ଅନ୍ତର୍ଜାତୀୟ ସ୍ତରରେ ଦେଶର ସମ୍ମାନ ହାନି ଘଟିଛି। ଘଟଣାଚକ୍ରରେ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବାର ଏକ ଭିଡିଓ ପ୍ରକାଶ ପାଇଲା ପରେ ନିର୍ଯାତନାର ଗମ୍ଭୀରତା ଜଣାପଡ଼ିଲା। ବାସ୍ତବରେ ଦେଖିବାକୁ ଗଲେ ଏହି ଗୋଟିଏ ଭିଡିଓ ଯୋଗୁ ସବୁକଥା ପଦାକୁ ଆସିଲା। ସୋସିଆଲ ମିଡିଆରେ ଏହି ଭିଡିଓଟି ପଡ଼ି ନ ଥିଲେ ଆଜିର ଭାରତରେ ପାରମ୍ପରିକ ଗଣମାଧ୍ୟମର ବ୍ୟବସ୍ଥାରେ ମଣିପୁର ସମ୍ପର୍କରେ ସତ୍ୟ ଖବର କେହି ଜାଣିପାରି ନ ଥା’ନ୍ତେ। ଏଥିରୁ ଆମ ଦେଶର ପରିସ୍ଥିତି ଆକଳନ କରିବା ସହଜ।
ଏବେ ମଧ୍ୟ ମଣିପୁରରେ ହିଂସା ଥମିନାହିଁ। ଗତ ସପ୍ତାହ ମଧ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ ଚିନ୍ତାଜନକ ବିଷୟ ହେଉଛି, ରାଜ୍ୟ ସରକାର ୨ ସେପ୍ଟେମ୍ବରରେ ଇମ୍ଫାଲର ନ୍ୟୁ ଲାମ୍ବୁଲେନ ଅଞ୍ଚଳରୁ ଶେଷ ୧୦ଟି କୁକି ପରିବାରର ୨୪ ଜଣ ସଦସ୍ୟଙ୍କୁ କାଙ୍ଗୋପୋକପି ଜିଲାକୁ ସ୍ଥାନାନ୍ତର କରିଛନ୍ତି। ଫଳରେ ନ୍ୟୁ ଲାମ୍ବୁଲେନ କୁକିଶୂନ୍ୟ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସେଠାରେ ୩୦୦ କୁକି ପରିବାର ରହୁଥିଲେ। ଏବେ ଜାଣିବାର କୌଣସି ବାଟ ନାହିଁ ଯେ, ସେଠାରେ ଦୀର୍ଘଦିନ ଧରି ରହିଆସୁଥିବା କୁକିମାନଙ୍କୁ ବିସ୍ଥାପିତ କରିବା ପରେ ସେମାନଙ୍କର ମାଲିକାନାରେ ଥିବା ଜମି ଏବଂ ଘରବାଡ଼ି କାହାକୁ ହସ୍ତାନ୍ତର କରାଗଲା। ବିସ୍ଥାପିତ କୁକିମାନଙ୍କୁ ମେଇତି ଅଞ୍ଚଳରୁ ନେଇଯାଇ ରିଲଫ୍‌ କ୍ୟାମ୍ପ୍‌ରେ ରଖାଯାଉଛି। ଏହି ବିସ୍ଥାପନ ପ୍ରକ୍ର୍ରିୟା ନୂଆ ନୁହେଁ, ହିଂସା ଆରମ୍ଭ ହେବା ପରଠାରୁ ଏହା ଜାରିରହିଛି। ଏଭଳି ବିସ୍ଥାପନରେ ପିଲାମାନେ ସବୁଠୁ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ମଣିପୁର ସାମାଜିକ କଲ୍ୟାଣ ବିଭାଗ ତଥ୍ୟରୁ ଜଣାପଡ଼ିଛି। କୁହାଯାଇଛି ଯେ, ଏଯାବତ୍‌ ବିସ୍ଥାପିତ ହୋଇଥିବା ୫୦,୦୦୦ ଲୋକଙ୍କ ମଧ୍ୟରେ ୧୨,୬୯୪ ପିଲା ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୦୦ରୁ ଅଧିକ ଗଭୀର ଭାବେ ମାନସିକ ଆଘାତ ପାଇଛନ୍ତି ଓ ୧୬ ଜଣ ଅତ୍ୟଧିକ ଅପପୁଷ୍ଟିର ଶିକାର ହୋଇଛନ୍ତି। ମାନସିକ ଆଘାତପ୍ରାପ୍ତ ପିଲାମାନଙ୍କର କାଉନ୍‌ସେଲିଂ ଚାଲିଛି ବୋଲି ସରକାରୀ ତଥ୍ୟରେ କୁହାଯାଇଛି। ଏହା ପ୍ରତିକାରର ଏକ ଦିଗ ହୋଇପାରେ, କିନ୍ତୁ ଯୁଦ୍ଧ କିମ୍ବା ଆଞ୍ଚଳିକ ସଂଘର୍ଷ ଯୋଗୁ ପିଲାମାନଙ୍କ ଜୀବନ ବିକାଶର ଆବଶ୍ୟକ ଭିତ୍ତିଭୂମିକୁ ନଷ୍ଟ କରିଦିଆଯାଉଛି। ଫଳରେ ସେମାନେ ସୁରକ୍ଷା, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। କେବଳ ମଣିପୁର ନୁହେଁ, ପୂର୍ବରୁ ଆସାମରେ ଘଟିଥିବା ଜାତିଗତ ହିଂସା ଓ ଅଶାନ୍ତ କଶ୍ମୀରରେ ପିଲାମାନେ ସମାନ ସ୍ଥିତିର ସମ୍ମୁଖୀନ ହୋଇଆସୁଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଗୋଟିଏ ଭୟମୁକ୍ତ ପରିବେଶ ପିଲାଙ୍କ ମାନସିକ ଓ ଶାରୀରିକ ବିକାଶରେ ପ୍ରମୁଖ ଭୂମିକା ନେଇଥାଏ। ଏହାବ୍ୟତୀତ ପରିବାର, ଶୈକ୍ଷିକ ପରିବେଶ ଓ ସାଙ୍ଗସାଥୀ ଛାଡ଼ି ଚାଲିଯାଉଥିବା ପିଲାମାନଙ୍କୁ ସେମାନଙ୍କ ସ୍ବାଭାବିକ ମାନସିକ ସ୍ଥିତିକୁ ଫେରାଇ ଆଣିବା କଷ୍ଟକର। ତେବେ ମଣିପୁରରେ ବିସ୍ଥାପିତ ପରିବାରଗୁଡ଼ିକ ସହିତ ରିଲିଫ କ୍ୟାମ୍ପରେ ରହୁଥିବା ପିଲାମାନଙ୍କୁ ପ୍ରଶାସନ ନିକଟସ୍ଥ ସ୍କୁଲରେ ନାମଲେଖାଇ ପଢ଼ିବାର ବ୍ୟବସ୍ଥା କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ଭୟମୁକ୍ତ ପରିବେଶ ନିଶ୍ଚିତ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର। ଏଭଳି ପରିବେଶ ଆସିପାରିବ, ମଣିପୁର ହିଂସାମୁକ୍ତ ହେଲେ। କିନ୍ତୁ ସରକାର ଭୟମୁକ୍ତ ପରିବେଶ ଫେରାଇ ଆଣିବା ଲାଗି ଚେଷ୍ଟା କରିନାହାନ୍ତି। ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇପଡ଼ିଛି ବୋଲି ଜଣାପଡ଼ୁଛି; ଯେଉଁଥିପାଇଁ, ଦେଖାଣିଆ ଭାବେ, ସରକାର ଏବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ପୋଲିସ ବିଭାଗରେ ୫ ବର୍ଷ ଲାଗି ନିଯୁକ୍ତି ଦେଇଛନ୍ତି।
ମଣିପୁରର ପରିସ୍ଥିତି ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଜାତିଆଣ ବିଭେଦରେ ସାରା ରାଜ୍ୟକୁ ଭାଗ କରିଦିଆଗଲାଣି। ରାଜନୈତିକ ଇଚ୍ଛାଶକ୍ତି ଯୋଗୁ ଏଭଳି ବିଭେଦ ବିରାଟ ଆକାର ଧାରଣ କରିପାରିଲା। ଏବେ ହୁଏତ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ସେହି ରାଜ୍ୟକୁ ଦୁଇ ଭାଗରେ -ମେଇତି ଏବଂ କୁକି- ବହୁଳ ଅଞ୍ଚଳରେ ବିଭାଜନ କରିଦେବା ସ୍ବାଭାବିକ ମନେ ହୋଇପାରେ।

ମଣିପୁରର ପରିସ୍ଥିତି ଦେଖିଲେ ସ୍ପଷ୍ଟ ବୁଝାପଡ଼ୁଛି ଯେ, ଜାତିଆଣ ବିଭେଦରେ ସାରା ରାଜ୍ୟକୁ ଭାଗ କରିଦିଆଗଲାଣି। ରାଜନୈତିକ ଇଚ୍ଛାଶକ୍ତି ଯୋଗୁ ଏଭଳି ବିଭେଦ ବିରାଟ ଆକାର ଧାରଣ କରିପାରିଲା। ଏବେ ହୁଏତ ଶାନ୍ତି ପ୍ରତିଷ୍ଠା କରିବାକୁ ହେଲେ ସେହି ରାଜ୍ୟକୁ ଦୁଇ ଭାଗରେ -ମେଇତି ଏବଂ କୁକି- ବହୁଳ ଅଞ୍ଚଳରେ ବିଭାଜନ କରିଦେବା ସ୍ବାଭାବିକ ମନେ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri