Categories: ଜାତୀୟ

ପାର୍ଟନର ବଦଳାଇ ଧରାପଡ଼ିଲେ

କୋଟାୟାମ(କେରଳ),୧୦।୧: ପାର୍ଟନର ବଦଳାଇବା ସମ୍ପର୍କୀତ ମାମଲାରେ ୭ ଜଣଙ୍କୁ କେରଳରୁ ଗିରଫ କରାଯାଇଛି। ଅନ୍ୟ ବ୍ୟକ୍ତିଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ସ୍ବାମୀ ବାଧ୍ୟ କରୁଥିବା ଜଣେ ମହିଳାଙ୍କ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ପୂରା ର଼୍ୟାକେଟ। ଏହି ଘଟଣାରେ ଅଭିଯୋଗକାରୀ ମହିଳାଙ୍କ ସ୍ବାମୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଏହି ଗ୍ୟାଙ୍ଗର ମେମ୍ବରମାନେ ପରସ୍ପର ସହ ଯୋଗାଯୋଗ କରିବା ପାଇଁ ଟେଲିଗ୍ରାମ, ମେସେଞ୍ଜର ଆପ ବ୍ୟବହାର କରୁଥିଲେ। ଅଭିଯୁକ୍ତଙ୍କୁ କୋଟାୟାମ, ଆଲାପୁଝା ଓ ଏର୍ନାକୁଲମ ଜିଲାରୁ ଗିରଫ କରାଯାଇଛି। ମେସେଜିଂ ଆପରେ ହଜାର ହଜାର ସଂଖ୍ୟାରେ ସଦସ୍ୟ ଥିବାରୁ ପୁଙ୍ଖାନୁଙ୍ଖ ତଦନ୍ତ କରାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

Share