ଏଆଇସିଟିଇ ସହ ଓପୋର ସହଭାଗିତା

ଭୁବନେଶ୍ୱର,୯।୭ (ଅଭୟ ଦାଶ): ଅଲ୍‌ ଇଣ୍ଡିଆ କାଉନସିଲ ଫର୍‌ ଟେକ୍ନିକାଲ ଏଜୁକେଶନ ବା ଏଆଇସିଟିଇ ଏବଂ ଓପୋ ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଯୋଗରେ ଏକ ନୂଆ ଅଭିଯାନ ‘ଜେନେରେଶନ ଗ୍ରୀନ୍‌ କ୍ୟାମ୍ପେନିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୧ଏମ୍‌୧ବି (ୱାନ୍‌ ମିଲିୟନ ଫର୍‌ ୱାନ୍‌ ବିଲିୟନ) ଦ୍ୱାରା ପରିଚାଳିତ ଏହି ୧୦୦ ଦିନିଆ ପ୍ରୋଗ୍ରାମ ଭାରତୀୟ କଲେଜର ୫୦୦୦ ଛାତ୍ରୀଛାତ୍ରଙ୍କୁ ଇଣ୍ଟର୍ନଶିପ୍‌ ସୁଯୋଗ ଯୋଗାଇଦେବା ସହିତ ଯୁବପିଢ଼ିଙ୍କ ମଧ୍ୟରେ ସବୁଜ ଦକ୍ଷତାକୁ ପ୍ରୋତ୍ସାହିତ କରୁଛି। ଉଲ୍ଲେଖଯୋଗ୍ୟ, ଓପୋ ଇଣ୍ଡିଆ ହେଉଛି ଏଆଇସିଟିଇ ମାଧ୍ୟମରେ ଇଣ୍ଟର୍ନଶିପ ପ୍ରଦାନ କରୁଥିବା ପ୍ରଥମ ଇଲେକ୍‌ଟ୍ରୋନିକ୍ସ ମାନୁଫାକ୍ଚରିଂ କମ୍ପାନୀ ହୋଇଥିଲାବେଳେ ଏହି କ୍ୟାମ୍ପେନ ହେଉଛି, ଏଆଇସିଟିଇ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ୧କୋଟି ଟଙ୍କା ମୂଲ୍ୟ ଇଣ୍ଟର୍ନଶିପ୍‌ ମିଶନର ଏକ ଅଂଶ। ଏପରିକି ଏହା ୟୁଏନ୍‌ ସଷ୍ଟେନେବୁଲ ଡେଭ୍‌ଲପ୍‌ମେଣ୍ଟ ଗୋଲ୍ସ ହାସଲ କରିବା ଦିଗରେ ଯୋଗଦାନ ଦେବ। ଏ ସମ୍ପର୍କରେ ଏଆଇସିଟିଇର ଅଧ୍ୟକ୍ଷ ଡ. ଟିଜି ସୀତାରାମ କହିଛନ୍ତି,ଗ୍ରୀନ୍‌ ଇଣ୍ଟର୍ନଶିପ୍‌ ପ୍ରୋଗ୍ରାମ ପାଇଁ ଓପୋ ଇଣ୍ଡିଆ ସହ ସହଭାଗିତା କରି ଆମେ ବେଶ୍‌ ଉତ୍ସାହିତ (ଏଆଇସିଟିଇ ଗର୍ବ ଅନୁଭବ କରୁଛି) ଅଛୁ। ସେହିଭଳି ଓପୋ ଇଣ୍ଡିଆର ପବ୍ଲିକ ଆଫାୟାର୍ସ ବିଭାଗର ମୁଖ୍ୟ ରାକେଶ ଭରଦ୍ୱାଜ କହିଛନ୍ତି, ଆମେ ଏହି ପରିବର୍ତ୍ତନଶୀଳ ଅଭିଯାନରେ ଏଆଇସିଟିଇ ସହ ସହଭାଗିତା କରି ବେଶ୍‌ ଉତ୍ସାହିତ (ଖୁସି ଅନୁଭବ କରୁଛୁ) ଅଛୁ ଏବଂ ଆମର ସାମୂହିକ ପ୍ରୟାସଗୁଡିକ ଏହି ଦିଗରେ ପ୍ରଭାବକୁ ବୃଦ୍ଧି କରିବା ଜାରି ରଖିବ। ସେହିପରି ଏଆଇସିଟିଇର ଚିଫ୍‌ କୋର୍ଡିନେଟିଂ ଅଫିସର ଡ. ବୁଦ୍ଧ ଚନ୍ଦ୍ରଶେଖର କହିଛନ୍ତି, ଏଆଇସିଟିଇ ଇଣ୍ଟର୍ନଶିପ ପୋର୍ଟାଲ ୫୦ ଲକ୍ଷରୁ ଅଧିକ ଇଣ୍ଟର୍ନଶିପ୍‌ର ଆୟୋଜନ କରିଛି ଏବଂ ୨୦୨୫ ସୁଦ୍ଧା ୧କୋଟିରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଆମେ ୫୦୦୦ ସଷ୍ଟେନେବିଲିଟି ଇଣ୍ଟର୍ନଶିପ ପ୍ରଦାନ କରିବା ପାଇଁ ଓପୋ ଇଣ୍ଡିଆ ସହ ସହଭାଗିତା କରି ଆନନ୍ଦିତ। ଏଭଳି ଇଣ୍ଟର୍ନଶିପରେ ଅଂଶଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନେ ୨ରୁ ୩ଟି ଏକାଡେମିକ କ୍ରେଡିଟ ମଧ୍ୟ ଜିତିପାରନ୍ତି। ଏହି ସୁଯୋଗ ଏବେ ଏଆଇସିଟିଇ ଇଣ୍ଟର୍ନଶିପ୍‌ ପୋର୍ଟାଲରେ ଉପଲବ୍ଧ ହେଉଛି ଏବଂ ଛାତ୍ରୀଛାତ୍ରମାନେ ଏହି ଲିଙ୍କ୍‌ www.iamgenerationgreen.com ମାଧ୍ୟମରେ ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri