ଭୁବନେଶ୍ୱର,୨୫।୬: ରାଜ୍ୟର ପ୍ରମୁଖ ଘରୋଇ ସ୍ବାସ୍ଥ୍ୟସେବା ପରୀକ୍ଷଣ ସଂସ୍ଥା ଓଡ଼ିଶା ଡାଇଗ୍ନୋଷ୍ଟିକ୍ ଏବଂ ମେଡିକାଲ ଟେକ୍ନୋଲୋଜି କମ୍ପାନୀ ନିର୍ମାଇ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅତ୍ୟାଧୁନିକ ଜ୍ଞାନକୌଶଳକୁ ସ୍ବାସ୍ଥ୍ୟସେବାର ଅଗ୍ରଭାଗକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଓଡ଼ିଶା ଡାଇଗ୍ନୋଷ୍ଟିକ୍ର ସିଇଓ ଗୋପାଳ ଅଗ୍ରୱାଲ କହିଛନ୍ତି, ନିର୍ମାଇ ଭଳି ଏକ ଅଭିନବ କମ୍ପାନୀ ସହ ସହଭାଗିତା କରିଥିବାରୁ ଆମେ ବେଶ୍ ଉତ୍ସାହିତ । ବିଶେଷକରି ଆମ ଗ୍ରାହକଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ। ନିର୍ମାଇ ଜରିଆରେ ଗୁଣାତ୍ମକ ଓ ଉନ୍ନତ ଡାଇଗ୍ନୋଷ୍ଟିକ୍ ସେବା ସହ ଚିକିତ୍ସା କ୍ଷେତ୍ରରେ ମଧ୍ୟ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ଓ ସୁବିଧା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ। ସେହିଭଳି ନିର୍ମାଇର ପ୍ରତିଷ୍ଠାତା ତଥା ସିଇଓ ଡା. ଗୀତା ମଞ୍ଜୁନାଥ କହିଛନ୍ତି, ଓଡ଼ିଶାର ମହିଳାମାନଙ୍କୁ ଅଭିନବ ପ୍ରଯୁକ୍ତିବିଦ୍ୟାଯୁକ୍ତ ଥର୍ମାଲାଇଟିକ୍ସ ସ୍କ୍ରିନିଂ ସେବା ପ୍ରଦାନ କରିବାକୁ ଓଡ଼ିଶା ଡାଇଗ୍ନୋଷ୍ଟିକ୍ ସହ ସହଭାଗିତା ସ୍ଥାପନକରି ଆମେ ବେଶ୍ ଉତ୍ସାହିତ ଅଛୁ।