Categories: ଜାତୀୟ

ଅଂଶୁଘାତ: ୩ ମାସରେ ୫୬ ମୃତ୍ୟୁ

ନୂଆଦିଲ୍ଲୀ, ୨।୬:ଭାରତରେ ଗତ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ୫୬ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ଏନ୍‌ସିଡିସି) ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ, କେବଳ ମେ’ ମାସରେ ୪୬ ଜଣ ବ୍ୟକ୍ତିଙ୍କର ଅଂଶୁଘାତଜନିତ ମୃତ୍ୟୁ ଘଟିଛି। ଗତ ୩ ମାସ ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୧୪ ଓ ମହାରାଷ୍ଟ୍ରରେ ଦ୍ୱିତୀୟ ସର୍ବାଧିକ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି। ତେବେ ମେ’ ଶେଷ ସପ୍ତାହରେ ଅନେକ ଅଂଶୁଘାତଜନିତ ମୃତ୍ୟୁ ମାମଲା ସାମ୍‌ନାକୁ ଆସିଛି। ଏସବୁ ମୃତ୍ୟୁର ତଦନ୍ତ ପରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ପାଇଛି।

Share