ପାର୍ଟି ଲୁକ୍‌

 

କରୋନା ପାଇଁ ଯଦିଓ ବିବାହ, ବ୍ରତ, ଜନ୍ମଦିନ ଆଦି ପାର୍ଟି ଆୟୋଜନ ଉପରେ କଟକଣା ଲାଗିଥିଲା ଏବେ ତାହା ଧୀରେ ଧୀରେ କୋହଳ ହୋଇଛି। ତେଣୁ କରୋନା କଟକଣା ଭିତରେ ଏବେ କେତେକ ସ୍ଥାନରେ ପାର୍ଟି ଆୟୋଜନ କରାଗଲାଣି। ତେବେ ଏଭଳି କୌଣସି ପାର୍ଟିରେ ଯୋଗଦେବାକୁ ଯାଉଥିଲେ ଆପଣ ନୂଆ ଡିଜାଇନ୍‌ ବିଷୟରେ ଅପଡେଟ୍‌ ରହି ଷ୍ଟାଇଲିସ୍‌ ହୋଇ ଯାଆନ୍ତୁ।
ଅଫ୍‌ ହ୍ବାଇଟ୍‌ କଲର, ଚେହେରାର ରଙ୍ଗକୁ ଅଧିକ ସୁନ୍ଦର କରିଥାଏ। ତେଣୁ ପାର୍ଟି ୱେୟର ସିଲଭର୍‌ କଲର କିମ୍ବା ପିଙ୍କ୍‌ କଲର ହୋଇଥିଲେ ଭଲ ଲାଗିବ। ପାର୍ଟି ନିମନ୍ତେ ଶାଢିର ବର୍ଡରରେ କାମ ଭଲ ଲାଗୁଥିବାବେଳେ କୁର୍ତ୍ତାରେ ମଧ୍ୟ ଏପରି କାମ ବହୁତ ଭଲ ମାନିବ।
ଶାଢିର ବର୍ଡର ଉପରେ ଏବଂ ସୁଟ୍‌ର ନେକ୍‌ ପାଖରେ ଆଇଭରୀ କଲରର କଢାଇ ଏବେ ଲାଟେଷ୍ଟ ଡିଜାଇନ୍‌ ହୋଇଛି। ଏପରି କାମଥିବା ହଳଦିଆ ରଙ୍ଗର ଶାଢି ମଧ୍ୟ ପାର୍ଟିରେ ବହୁତ ସୁନ୍ଦର ଦେଖାଯିବ।
ଶାଢିର ପ୍ରିଣ୍ଟ ହିଁ ଏହାକୁ ଅଧିକ ସୁନ୍ଦର କରିଥାଏ। ତେଣୁ ପାର୍ଟି ନିମନ୍ତେ ପ୍ରିଣ୍ଟେଡ୍‌ ଶାଢିର ରଙ୍ଗ ଦେଖି ନିଜ ଚେହେରା ସହିତ ଖାପ ଖୁଆଇଲା ଭଳି କିଣନ୍ତୁ।
ଏବେ ଏଥେନିକ୍‌ ଓ ମଡର୍ନ ଲୁକ୍‌ ଦେବା ଭଳି ବିଭିନ୍ନ ଡିଜାଇନ୍‌ ଆପଣ ଟ୍ରାଏ କରିପାରିବେ। ଏକ ସମୟରେ ମଡର୍ନ ସ୍କଟ୍‌ ସାଙ୍ଗରେ ଏଥେନିକ୍‌ ଟପ୍‌ ବି ଫ୍ୟାଶନ୍‌ ଡିଜାଇନ୍‌ର ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି।