Categories: ଜାତୀୟ

ରାଲିବେଳେ ଦଳ କିମ୍ବା ପ୍ରାର୍ଥୀ ଶାଢ଼ି, ଶାର୍ଟ ବାଣ୍ଟିପାରିବେ ନାହିଁ: ଇସି

ନୂଆଦିଲ୍ଲୀ,୧୩।୧୦: ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳଙ୍କୁ ସମାନ ସୁଯୋଗ ପ୍ରଦାନ କରାଯିବା ଉପରେ ନିର୍ବାଚନ କମିଶନ (ଇସି) ଗୁରୁତ୍ୱାରୋପ କରିଛନ୍ତି। ନିର୍ବାଚନ ସମ୍ପର୍କିତ ବିଜ୍ଞାପନ ବେଳେ ସମସ୍ତଙ୍କୁ ସମାନ ସୁବିଧା ମିଳିବା ଉଚିତ। ରାଲି ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଶାଢ଼ି, ଶାର୍ଟ ଆଦି ମାଗଣା ଉପହାର ରାଜନୈତିକ ଦଳ କିମ୍ବା ପ୍ରାର୍ଥୀ ଦେଇପାରିବେ ନାହିଁ ବୋଲି ଇସି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ରାଜନୈତିକ ପ୍ରଚାର ଓ ରାଲି ପାଇଁ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ, ଘରୋଇ କିମ୍ବା ସରକାରୀ ଶିକ୍ଷାନୁଷ୍ଠାନକୁ ବ୍ୟବହାର କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ସର୍ବସାଧାରଣ ସ୍ଥାନରେ ବିଜ୍ଞାପନ ପ୍ରଦର୍ଶନ ଲାଗି ରହିଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଯଦି କୌଣସି ସଂସ୍ଥା ପୂର୍ବରୁ ବୁକ୍‌ କରିଥିବେ, ତେବେ ସବୁ ଦଳ ଓ ପ୍ରାର୍ଥୀ ବିଜ୍ଞାପନ ଲାଗି ଯେପରି ସମାନ ସୁଯୋଗ ପାଇବେ, ତାହା ଜିଲା ନିର୍ବାଚନ ଅଧିକାରୀ ପୌରସଂସ୍ଥା ଜରିଆରେ ସୁନିଶ୍ଚିତ କରିବେ ବୋଲି କମିଶନ କହିଛନ୍ତି।

Share