ରାଜଧାନୀରେ ଲାଗିପାରିବ ନାହିଁ ଦଳୀୟ ପୋଷ୍ଟର, ଲାଗିଥିଲେ…

ଭୁବନେଶ୍ୱର,୨୩।୨: ଏଣିକି ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ବ୍ୟାନର। କାନ୍ଥରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନକୁ ମଧ୍ୟ ହଟାଯିକୁ ବିଏମ୍‌ସି କମିଶନର କହିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ଏଭଳି ନିଷ୍ପତ୍ତି ହୋଇଛି। ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।