Categories: ଜାତୀୟ

‘ଦଳ ଯେଉଁଠି କହିବ ସେଇଠି ଲଢିବି’

ଲକ୍ଷ୍ନୌ,୧୧।୧୨: ସମଗ୍ର ଉତ୍ତରପ୍ରଦେଶ ତାଙ୍କ ନିର୍ବାଚନ ମଣ୍ଡଳୀ ଓ ସେ ଯେକୌଣସି ସ୍ଥାନରୁ ଲଢ଼ିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ତେବେ ଆଗାମୀ ନିର୍ବାଚନରେ ଲଢ଼ିବେ କି ନାହିଁ ତାହା ଦଳ ନିଷ୍ପତ୍ତି ନେବ ବୋଲି ସେ ସୂଚନା ଦେଇଛନ୍ତି।

ଏସ୍‌ବିଏସ୍‌ପି ଏବଂ ଆର୍‌ଏଲ୍‌ଡି ସହ ସମାଜବାଦୀ ପାର୍ଟିର ପ୍ରାକ୍‌ ନିର୍ବାଚନୀ ମେଣ୍ଟକୁ ଯୋଗୀ ସମାଲୋଚନା କରିଛନ୍ତି। ମହାରାଜା ସୁହେଲଦେବ ଏବଂ ସାଲାର ମାସୁଦଙ୍କ ଅନୁଗାମୀମାନେ କେବେ ଏକାଠି ହୋଇପାରିବେ ନାହିଁ। ସେହିପରି ମୁଜାଫରନଗର ଦଙ୍ଗାବେଳର ହତ୍ୟାକାଣ୍ଡ ଓ ଅପମାନକୁ ପଶ୍ଚିମ ଉତ୍ତରପ୍ରଦେଶର ଜାଠମାନେ ଭୁଲିପାରିବେ ନାହିଁ। ସମାଜବାଦୀ ପାର୍ଟି (ଏସ୍‌ପି) ଅର୍ଥ ଦଙ୍ଗା, ଆତଙ୍କ, ଅରାଜକତା, ଅପରାଧ ଓ ଦୁର୍ନୀତି ବୃଦ୍ଧି, ବଂଶଗତ ଶାସନ ବୋଲି ପ୍ରତ୍ୟେକେ ବିଶ୍ୱାସ କରିଥାନ୍ତି ବୋଲି ଆଦିତ୍ୟନାଥ କହିଛନ୍ତି।

Share