ଲକ୍ଷ୍ନୌରେ ବୁଲ୍‌ଡୋଜର ଶୋଭାଯାତ୍ରା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ଭୋଟ ଗଣନା ଜାରି ରହିଛି। ଏଥିରେ ଭାଜପା ଆଗରେ ଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଲକ୍ଷ୍ନୋଠାରେ ଭାଜପା କର୍ମୀ ବୁଲ୍‌ଡୋଜରରେ ବସି ଏକ ଶୋଭାଯାତ୍ରରେ ବାହାରି ବିଭିନ୍ନ ଶ୍ଲୋଗାନ ଦେଉଛନ୍ତି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ନିର୍ବାଚନ ପ୍ରଚାର ଅଭିଯାନ ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ‘ବୁଲ୍‌ଡୋଜର ବାବା’ ବୋଲି ସମ୍ବୋଧନ କରିଥିଲେ।

Share