ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ୫୮ ୟୁନିଟ୍‌ ରକ୍ତ ସଂଗ୍ରହ କଲେ ଦଳୀୟ କର୍ମୀ

ଦାରିଙ୍ଗବାଡ଼ି,୧୬ା୧୦(ଅରୁଣ ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଦାରିଙ୍ଗବାଡ଼ି ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ, ଲୋକପ୍ରତିନିଧି ଯୋଗଦେଇ ନବୀନଙ୍କ ଉତ୍ତୋରତ୍ତର କାମନା କରିଥିଲେ।
ଏହି ପରିପ୍ରେକ୍ଷୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବେଚ୍ଛାକୃତ ଭାବେ ମୋଟ୍‌ ୫୮ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ଦଳର ଜିଲା ସହ ସମ୍ପାଦକ ଦୀପକ କୁମାର ସାହୁ, ବିକାଶ ନାୟକ, ଶ୍ରୀକାନ୍ତ ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Share
Tags: blood donate