ଦ୍ୱିତୀୟଥର କରୋନା ଆକ୍ରାନ୍ତ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଲୋକପ୍ରିୟ ଟିଭି ଧାରାବାହିକ ଅନୁପମାରେ ଡକ୍ଟର ମୋନା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ପାରୁଲ ଚୌଧରୀ ପୁଣିଥରେ କରୋନା ଆକ୍ରାନ୍ତ ହୋଇଛନ୍ତି। ପାରୁଲଙ୍କ ସହ ତାଙ୍କ ମା, ବାପା ଏବଂ ଭଉଣୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏନେଇ ସୋସିଆଲ ମିଡିଆରେ ସେ ସୂଚନା ଦେଇଛନ୍ତି। ପାରୁଲ କହିଛନ୍ତି, ସତ କହିବାକୁ ଗଲେ ମୁଁ ପୂର୍ବରୁ ଏତେ ଅସୁସ୍ଥ ଅନୁଭବ କରି ନ ଥିଲି। ମୋର ଲକ୍ଷଣ, ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା ଥିଲା, କିନ୍ତୁ ଏବେ ମୁଁ ବହୁତ ଦୁର୍ବଳତା ଅଛି ଏବଂ ଶରୀରରେ ଶକ୍ତି ଶୂନ। କୌଣସି ଗନ୍ଧ ବାରି ହେଉ ନାହିଁ ଏବଂ ତରଳ ଝାଡା ମଧ୍ୟ ହେଉଛି। ତେଣୁ ମୋର ଅବସ୍ଥା ବହୁତ ଖରାପ। କିନ୍ତୁ ମୁଁ କ୍ୱାରାଣ୍ଟାଇନ୍‌ରେ ଅଛି ଏବଂ ମୋ ମା, ବାପା, ଭଉଣୀ ସମସ୍ତେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ସେପ୍ଟେମ୍ବରରେ ପାରୁଲ କରୋନା ଆକ୍ରାନ୍ତ ହୋଇଥିଲେ। ସେତେବେଳେ ପାରୁଲଙ୍କଠାରେ ସେତେଟା କରୋନା ଲକ୍ଷଣ ଦେଖାଯାଇ ନ ଥିଲା। କିନ୍ତୁ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

Share