ପାର୍ବଣ ଫିକା, ୬୧ ଗାଁରେ ଲକଡାଉନ୍‌…

ଅହମଦନଗର,୫।୧୦: ଆଗକୁ ପାର୍ବଣ। ଏହି ସମୟରେ ଭିଡ଼ର ଆଶଙ୍କା ରହିଛି। ଏପରିସ୍ଥଳେ ମହାରାଷ୍ଟ୍ରରେ ପୁଣେଠାରୁ ପ୍ରାୟ ୧୨୨ କିଲୋମିଟର ଦୂରରେ ଥିବା ଅହମଦନଗର ଜିଲାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜିଲାର ୧୧ଟି ତହସିଲ୍‌ର ୬୧ଟି ଗାଁରେ ଲକଡାଉନ୍‌ ଘୋଷଣା କରାଯାଇଛି।

ଅକ୍ଟୋବର ୧୩ ପର୍ଯ୍ୟନ୍ତ ଲକଡାଉନ୍‌ ବଳବତ୍ତର ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ଦ୍ୱାରା ପାର୍ବଣ ଫିକା ପଡ଼ିଯାଇଛି। ୧୦ରୁ ଅଧିକ ଆକ୍ରାନ୍ତ ଥିବା ଗାଁରେ ଲକଡାଉନ୍‌ ଜାରି କରାଯାଇଛି।

ଜିଲାରେ ଦୈନିକ ୫୦୦ରୁ ୮୦୦ ମଧ୍ୟରେ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଥିବାବେଳେ ସକ୍ରିୟ ହାର ୫ ପ୍ରତିଶତରୁ ଅଧିକ ରହିଛି। ୫ରୁ ଅଧିକ ଲୋକଙ୍କୁ ଏକାଠି ହେବା ଉପରେ କଟକଣା ଲାଗୁ ହୋଇଛି। ଏସବୁ ଗାଁରେ ଯାତାୟତ କଟକଣା ମଧ୍ୟ ଲଗା ଯାଇଛି। ତେବେ ପୂର୍ବାହ୍ନ ୮ଟାଠାରୁ ୧୧ଟା ପ୍ରର୍ଯ୍ୟନ୍ତ ଲକଡାଉନ୍‌କୁ କୋହଳ କରାଯାଇଛି। ସେହିପରି ସମସ୍ତ ଧାର୍ମିକ ସ୍ଥଳ ଏବଂ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି।

Share