ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ

ମହାକାଳପଡ଼ା,୧୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପାର୍ବଣ ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ। ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ପବନର ତାଳେ ତାଳେ ସତେ ଯେମିତି ଦୋଳି ଖେଳୁଛି କାଶତଣ୍ଡୀ। ମହାକାଳପଡ଼ା ବ୍ଲକ ଅଞ୍ଚଳର ମହାନଦୀ ପଠା, ଗହୀର ପାଟ, ରାସ୍ତାପାଶର୍‌ବ, ପୋଖରୀ ହୁଡ଼ା ଆଦି ସ୍ଥାନରେ କାଶତଣ୍ଡୀ ଦେଖିବାକୁ ମିଳୁଛି। ଏହା ପ୍ରକୃତିର ଅନବଦ୍ୟ ଅବଦାନ। ଧୋବ ଫରଫର କାଶତଣ୍ଡୀର ବାସ୍ନା ନ ଥାଏ ସତ ତା’ର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ପଥଚାରୀଟିଏ ଅଟକି ଯାଇ ନିର୍ନିମେଷ ନୟନରେ ଏହାକୁ ଚାହିଁ ରହିଥାଏ।

Share