ନୂଆଦିଲ୍ଲୀ,୨୨।୯: ରିଲାଏନ୍ସ ଗ୍ରୁପ୍ର ରିଟେଲ ଚେନ୍ ଜିଓ ମାର୍ଟ ଏବଂ ସ୍ମାର୍ଟ ବଜାରରେ ପାର୍ବଣ ସେଲ୍ ‘ତ୍ୟୋହାର ରେଡି ସେଲ୍’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ (ନବରାତ୍ରି, ଦଶହରା, ଦୀପାବଳି) ଅବସରରେ ଉଭୟ ଜିଓ ମାର୍ଟ ଏବଂ ସ୍ମାର୍ଟ ବଜାର ପକ୍ଷରୁ ଆକର୍ଷଣୀୟ ଅଫର ମଧ୍ୟ ପ୍ରଦାନ କରାଯାଉଛି। ଏହି ଅଫର ଚଳିତ ମାସ ୨୩ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ଦେଶର ଜିଓ ମାର୍ଟରେ ଉପଲବ୍ଧ ରହିବ। ଏପରିକି ଏହାର ୨୭୦୦ରୁ ଅଧିକ ସ୍ମାର୍ଟ ଷ୍ଟୋର ସମେତ ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର,ସ୍ମାର୍ଟ ପଏଣ୍ଟ ଏବଂ ରିଲାଏନ୍ସ ଫ୍ରେସ୍ଗୁଡିକରେ ମଧ୍ୟ ବୈଧ।
ଏହି ଅଫର ଅବଧି ମଧ୍ୟରେ ଗ୍ରାହକ ବିଭିନ୍ନ ବର୍ଗର ପୋଷାକ (ଆପାରେଲ) ସାଙ୍ଗକୁ ଗୃହୋପକରଣ (ହୋମ୍ ଡେକର) ଫର୍ନିସିଂ ଇଲେକ୍ଟ୍ରୋନିକ୍ସ,ଗୋସେରି ଭଳି ଅନେକ କିଛି ସାମଗ୍ରୀ ସୁବିଧା ଓ ସୁଲଭ ମୂଲ୍ୟରେ ଉଭୟ ଅଫ୍ଲାଇନ ଏବଂ ଅନ୍ଲାଇନ (ଜିଓ ମାର୍ଟ ଆପ୍) ଜରିଆରେ ମଧ୍ୟ କାରବାର କରିପାରବେ ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଅଭିନେତ୍ରୀ ଦିବ୍ୟା ଦତ୍ତା ଚଳିତ ପାର୍ବଣ ଅଭିଯାନରେ ସାମିଲ ହୋଇଛନ୍ତି। ସେହିଭଳି ପାର୍ବଣ ଅବସରରେ ଗ୍ରାହକ ମିଠା ଓ ଫଳ ଉପହାର ପ୍ୟାକେଟରେ ୫୦%ର ରିହାତି ପାଉଥିବା ବେଳେ ଆପାରେଲ ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉପରେ ପ୍ରାୟ ୮୦% ପର୍ଯ୍ୟନ୍ତ ରିହାତି ରହିଛି।