ଭାରତ ପ୍ରଥମ ଅଭିନେତ୍ରୀ ଭାବେ ଟାଇମ୍‌ ମାଗାଜିନ୍‌ରେ ସ୍ଥାନ ପାଇଥିଲେ ପରବୀନ

ବଲିଉଡରେ ଏମିତି କିଛି ଅଭିନେତ୍ରୀ ଥିଲେ, ଯିଏ କି ନିଜ ବୋଲ୍ଡ ଅନ୍ଦାଜ ଯୋଗୁ ବେଶ୍‌ ପରିଚିତି ହାସଲ କରିଥିଲେ। ଏମିତି ଜଣେ ଅଭିନେତ୍ରୀ ହେଲେ ପରବୀନ ବବି। ୭୦ ଓ ୮୦ ଦଶକରେ ଗୁଜୁରାଟର ଜୁନାଗଡରୁ ଜଣେ ସାଧାରଣ ଝିଅ ବଲିଉଡକୁ ଆସି ନିଜ ଗ୍ଲାମରସ ଲୁକରେ ସମସ୍ତଙ୍କ ହୃଦୟରେ ରାଜ୍‌ କରିଥିଲେ। ହିନ୍ଦୀ ସିନେମାରେ ପରବୀନ ବବିଙ୍କର ନିଜର ସ୍ବତନ୍ତ୍ର ପରିଚୟ ରହିଛି। ମାତ୍ର ୫୦ ବର୍ଷ ବୟସରେ, ଜାନୁୟାରୀ ୨୦, ୨୦୦୫ରେ ବବି ଏହି ଦୁନିଆକୁ ବିଦାୟ ଦେଇଥିଲେ। ଆଜି ତାଙ୍କ ମୃତ୍ୟୁ ବାର୍ଷିକୀ ପାଳନ କରାଯାଉଛି। ବବି ପ୍ରାୟ ୧୮ରୁ ୧୯ ବର୍ଷ ପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ। ତାଙ୍କ ସମୟର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ। କେବଳ ଏତିକି ନୁହେଁ, ସେ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ପ୍ରସିଦ୍ଧ ଟାଇମ ମାଗାଜିନର କଭର ପେଜ୍‌ରେ ସ୍ଥାନ ପାଇଥିଲେ। ୧୯୭୨ରେ ମଡେଲିଂରେ କ୍ୟାରିଅର୍‌ ଆରମ୍ଭ କରିଥିବା ପରବୀନ ବାବି ୧୯୭୩ରେ ‘ଚରିତ୍ର’ ଫିଲ୍ମ ଜରିଆରେ ବଲିଉଡ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ବାବି ୧୯୭୪ ଚଳଚ୍ଚିତ୍ର ‘ମଜବୁର’ ରେ ଅଭିନେତା ଅମିତାଭ ବଚ୍ଚନଙ୍କ ସହ ସେ କାମ କରିଥିଲେ। ୧୯୭୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିୱାର’ ବ୍ଲକବଷ୍ଟର ପ୍ରମାଣିତ ହୋଇଥିଲା ଏବଂ ଏହି ଚଳଚ୍ଚିତ୍ର ପାରବୀନ ବବିଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା।

Share