ଦୁର୍ନୀତି ମାମଲାରେ ଫସିଲେ ପରଭେଜ ଏବଂ ତାଙ୍କ ପୁଅ

ଇସଲାମାବାଦ,୩ା୧୨: ଦୁର୍ନୀତି ମାମଲାରେ ଫସିଥିବା ପିଟିଆଇ ଅଧ୍ୟକ୍ଷ ପରଭେଜ ଇଲାହି ଏବଂ ତାଙ୍କ ପୁଅ ମୁନ୍‌ସୀଙ୍କ ନାମରେ ମାମଲା ପଞ୍ଜୀକରଣ କରାଯାଇଛି।
ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ ପିଟିଆଇ ଅଧ୍ୟକ୍ଷ ପରଭେଜ ଏବଂ ତାଙ୍କ ପୁଅଙ୍କ ବିରୋଧରେ ମାମଲା ଦାୟର କରିଛି। ପରଭେଜ ଏବଂ ମୁନ୍‌ସୀ ଅନ୍ୟମାନଙ୍କୁ ୧୧୬ଟି ବିକାଶମୂଳକ ଯୋଜନାକୁ ବେଆଇନ ଭାବେ ଅନୁମୋଦନ କରିବା ସହ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗ ହୋଇଛି।

Share