Posted inଖେଳ

କଳିଙ୍ଗରେ ‘ପାସ୍‌ ଦି ବଲ୍‌ ଟ୍ରଫି ଟୁର୍‌’

ଭୁବନେଶ୍ୱର, ୧୭।୭(ତପନ ସ୍ବାଇଁ): ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ୬ଷ୍ଠ ସଂସ୍କରଣ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବ। ଏହାର ଅଂଶବିଶେଷ ଭାବେ ‘ପାସ୍‌ ଦି ବଲ୍‌ ଟ୍ରଫି ଟୁର୍‌’ କାର୍ଯ୍ୟକ୍ରମ ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏବଂ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଓଡ଼ିଶା ନାଭାଲ ଟାଟା ହକି ହାଇପଫର୍ମାନ୍ସ ସେଣ୍ଟର କ୍ୟାଡେଟ୍ସ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶଯୋଗ୍ୟ ଯେ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ‘ପାସ୍‌ ଦି ବଲ୍‌ ଟ୍ରଫି ଟୁର୍‌’ ଅଭିଯାନକୁ ଚେନ୍ନାଇଠାରେ ଶୁଭାରମ୍ଭ କରିବା ପରେ ଏହା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି। ଏହାଦ୍ୱାରା ଯୁବ ଆଥ୍‌ଲେଟମାନେ ଟ୍ରଫିକୁ ସ୍ପର୍ଶ କରିପାରିବେ ଏବଂ ସେମାନଙ୍କୁ ଦେଶ ପାଇଁ ଖେଳିବାକୁ ଅନୁପ୍ରାଣିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
ଟ୍ରଫି ଉନ୍ମୋଚନ ଅବସରରେ କ୍ରୀଡ଼ାମନ୍ତ୍ରୀ କହିଲେ ଯେ, ”ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରୁ ଅନେକ ଫାଇଦା ମିଳିବ। ଅଲିମ୍ପିଆନ ସମେତ ଅନେକ ଆଥ୍‌ଲେଟଙ୍କୁ ସୃଷ୍ଟି କରିବାରେ ସୁନ୍ଦରଗଡ଼ର ସମୃଦ୍ଧ ଇତିହାସ ରହିଛି। ଆଗାମୀ ଦିନରେ ଆମେ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଲକ୍ଷ୍ୟ ରଖିଛୁ“। ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ କଳିଙ୍ଗ ଷ୍ଟାଡିୟମରେ ଏପରି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାଭାବିକଭାବେ ଖୁସି ପ୍ରକାଶ କରିଛନ୍ତି। ”କଳିଙ୍ଗରେ ଆଜି ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ‘ପାସ୍‌ ଦି ବଲ୍‌ ଟ୍ରଫି ଟୁର୍‌’ କାର୍ଯ୍ୟକ୍ରମ ଆୟୋଜନ କରି ଆମେ ଆନନ୍ଦିତ। ବଡ଼ ହକି ଟୁର୍ନାମେଣ୍ଟ ଆୟୋଜନ କରିବାରେ ଭାରତର ସମୃଦ୍ଧ ଇତିହାସ ରହିଛି। ଚେନ୍ନାଇରେ ହେବାକୁ ଯାଉଥିବା ଆଗାମୀ ପ୍ରତିଯୋଗିତା ମଧ୍ୟ ସଫଳ ହେବାନେଇ ମୁଁ ଆଶାବାଦୀ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ”ଟ୍ରଫି ଓଡ଼ିଶାରେ ପହଞ୍ଚତ୍ବା ଆମ ପାଇଁ ଆନନ୍ଦର ମୁହୂର୍ତ୍ତ। ହକିରେ ଭାରତ ଅନେକ ସ୍ମରଣୀୟ ସଫଳତା ଅର୍ଜନ କରିଛି। ଅଲିମ୍ପିକ୍ସରେ ମଧ୍ୟ ତାହା ପ୍ରତିଫଳିତ ହୋଇଛି, ଯାହାକି ଆମକୁ ଗର୍ବିତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଓଡ଼ିଶାରେ ହକିକୁ ଭରପୂର ସମର୍ଥନ ମିଳୁଛି। ଏଠାରେ ଟୁର୍ନାମେଣ୍ଟ ଆୟୋଜନ କରାଯାଇ କେବଳ ହକିକୁ ପ୍ରମୋଟ କରାଯାଉନାହିଁ, ୨୦ଟି ଅଧିକ ହକି ଟର୍ଫ ପ୍ରସ୍ତୁତ କରାଯାଇଛି“ ବୋଲି କ୍ରୀଡ଼ା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଟ୍ରଫି ଟୁର୍‌ କାର୍ଯ୍ୟକ୍ରମ ଦିଲ୍ଲୀ, ଚଣ୍ଡିଗଡ଼, ଗୁଆହାଟୀ ଓ ପାଟଣା ଆଦି ଦେଶର ଅନେକ ସହରରେ ଆୟୋଜନ ହେବା ପରେ ଭୁବନେଶ୍ୱରରେ ପହଞ୍ଚତ୍ଛି। ଏହାପରେ ଟ୍ରଫି ରାଞ୍ଚତ୍, ବେଙ୍ଗାଲୁରୁ ଓ ତ୍ରିଭେନ୍ଦ୍ରମ ଦେଇ ଚେନ୍ନାଇରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ଆଗାମୀ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତ, ଜାପାନ, କୋରିଆ, ପାକିସ୍ତାନ, ଚାଇନା ଓ ମାଲେସିଆ ଦଳ ଅଂଶଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri