କେନ୍ଦ୍ରପଡା ଅଫିସ,୨୭।୪: ବ୍ରାହ୍ମଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ୨ଜଣ ନିଖୋଜ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏକମାଣିଆରେ l ଆଳି ବ୍ଲକ ଏକମାଣିଆ ପଞ୍ଚାୟତକୁ ଚତୁଃପାର୍ଶ୍ୱରୁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଘେରି ରହିଛି l ଏହି ପଞ୍ଚାୟତର ଯାତାୟାତର ମାଧ୍ୟମ ଡଙ୍ଗା l ଗୁରୁବାର ସକାଳେ ଏକମାଣିଆ ଘାଟରୁ ଅଳ୍ପକିଛି ଯାତ୍ରୀଙ୍କୁ ନେଇ ଘାଟ ଛାଡିଥିଲା। ମାତ୍ର କିଛି ଦୂରତାରେ ଡଙ୍ଗାଟି ହଠାତ୍ ବୁଡି ଯାଇଥିଲା। ଡଙ୍ଗା ବୁଡିଯିବା ପରେ କିଛି ଲୋକ ଉଦ୍ଧାର ହୋଇଥିବା ବେଳେ ଘାଟିଆ ଓ ଜଣେ ଯୁବକ ନିଖୋଜ ଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛିl ଏହି ଘଟଣାକୁ ନେଇ ଏକମାଣିଆ ପଞ୍ଚାୟତରେ ବର୍ତ୍ତମାନ ଦୁଃଖର ବାତାବରଣ ଖେଳିଯାଇଛି l ପଞ୍ଚାୟତର ଲୋକମାନେ ଡଙ୍ଗା ସାହାଯ୍ୟରେ ନିଖୋଜମାନଙ୍କୁ ଖୋଜିବାରେ ଲାଗିଛନ୍ତି l