ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ: ୨୭ ମୃତ, ୧୭ ଆହତ…

ମେକ୍ସିକୋ ସିଟି,୬।୭ : ମେକ୍ସିକୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁଠାରେ ୧୭ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ମେକ୍ସିକୋର ଦକ୍ଷିଣ ପ୍ରଦେଶର ଓକ୍ସାକାରେ ଘଟିଛି। ଓକ୍ସାକା ରାଜ୍ୟପାଳ ଟୁଇଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।
ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଯାତ୍ରୀ ଭରା ବସ ମେକ୍ସିକୋ ସିଟିରୁ ୟୋସୁଣ୍ଡୁଆ ଅଭିମୁଖେ ଯାଉଥିଲା।

ଏହି ସମୟରେ ବସ ମାଗଡାଲେନା ପେସାସ୍କୋ ସହରରେ ପ୍ରାୟ ଭୋର ସାଢ଼େ ୬ଟା ସମୟରେ ଖାଲରେ ଖସିପଡିଥିଲା। ଖାଲଟି ୧୦ ଫୁଟ ଗଭୀର ଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଓକ୍ସାକା ରାଜ୍ୟପାଳ ଟୁଇଟ କରିଛନ୍ତି। ଟ୍ଲାକ୍ସିଆଓ ସିଭିଲ ପ୍ରୋଟେକ୍ସନ କର୍ମଚାରୀ ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ବାସିନ୍ଦା ଏବଂ ମ୍ୟୁନିସିପାଲିଟି କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ଠିଆ ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ହେତୁ ଆହତମାନେ ଚିକିତ୍ସା ପାଇଁ ଯନ୍ତ୍ରଣା ଭୋଗିବାକୁ ଲାଗିଲେ। ଅଧିକାରୀ କହିଛନ୍ତି ମୃତକଙ୍କ ମଧ୍ୟରେ ଏକ ବର୍ଷର ଶିଶୁ, ୧୩ ମହିଳା ଏବଂ ୧୩ ପୁରୁଷ ଅଛନ୍ତି।

ଏହି ଦୁର୍ଘଟଣାରେ ଓକ୍ସାକାର ରାଜ୍ୟପାଳ ସଲୋମାନ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚିବା ଏବଂ ପୀଡ଼ିତାଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟପାଳ ବିଭିନ୍ନ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ, ସ୍ବାସ୍ଥ୍ୟ, ଜନ ନିରାପତ୍ତା, କଲ୍ୟାଣ ତଥା ଅନ୍ୟାନ୍ୟ ବିଭାଗର ସଚିବମାନଙ୍କୁ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାଜ୍ୟପାଳ ଟୁଇଟ କରିଛନ୍ତି। ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ସାହାଯ୍ୟ ମାଗିଛନ୍ତି।

Share