ଓଲଟିଲା ଯାତ୍ରୀବାହୀ ବସ୍‌: ୫ ମୃତ, ୩୦ ଆହତ

ମାଲକାନଗିରି,୧୩ା୬(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ବୋଡୁଗୁଡମ ନିକଟରେ ସୋମବାର ଭୋର୍‌ରୁ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଓଡ଼ିଶାର ବୋଲି ଜଣାପଡ଼ିଛି। ବସ୍‌ଟି ବିଜୟଓ୍ବାଡାରୁ ଭବାନୀପାଟଣା ଆସୁଥିଲା। ଭାରସାମ୍ୟ ହରାଇ ବୁଲାଣି ରାସ୍ତାରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୩୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଦ୍ରାଚଳମ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share