Posted inଜାତୀୟ

କେନାଲକୁ ଖସିଲା ଯାତ୍ରୀବାହୀ ବସ୍‌

ସିଦ୍ଧି,୧୬।୨: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ମଙ୍ଗଳବାର ସକାଳ ୭ଟା ୩୦ରେ ଏକ ଅଭାବନୀୟ ଘଟଣା ଘଟିଛି। ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ କେନାଲକୁ ଖସି ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ୪୫ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୨୦ ମହିଳା, ୨୪ ପୁରୁଷ ଓ ଜଣେ ଶିଶୁ ରହିଛନ୍ତି।  ମୃତକଙ୍କ ମଧ୍ୟରେ ୧୨ ପରୀକ୍ଷାର୍ଥୀ ରହିଛନ୍ତି, ଯେଉଁମାନେ ରେଲ୍‌ଓ୍ବେ ଓ ଏନ୍‌ଟିପିସି ପରୀକ୍ଷା ଦେବାକୁ ବସ୍‌ରେ ଯାତ୍ରା କରୁଥିଲେ। ପାଣିରେ ସ୍ରୋତ ପ୍ରଖର ଥିବାରୁ କେତେକ ଭାସିଯାଇଥିବା ମଧ୍ୟ ଆଶଙ୍କା କରାଯାଉଛି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରଓ୍ବୋ-ସିଦ୍ଧି ସୀମାରେ ଛୁହିୟାଘାଟି ନିକଟସ୍ଥ ବାଣସାଗର ପରିଯୋଜନାର ଗଭୀର କେନାଲରେ ବସଟି ନିୟନ୍ତ୍ରଣ ହରାଇ ଖସିପଡ଼ିଥିଲା। ୭ ଜଣ ଯାତ୍ରୀ ପହଁରି କୂଳକୁ ଆସିଥିଲେ। ସ୍ଥାନୀୟ ଗାଁ ଲୋକେ କେତେକ ଲୋକଙ୍କୁ ଉଦ୍ଧାର କରିଛନ୍ତି। ବସଟି ସିଦ୍ଧିରୁ ସତାନା ଯାଉଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏନେଇ ଶୋକ ପ୍ରକାଶ କରିବା ସହିତ ବାଣସାଗର ଡ୍ୟାମ୍‌ରୁ କେନାଲରେ ପାଣି ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନାଲରେ ଜଳସ୍ତର କମିଲେ ଉଦ୍ଧାର କାର୍ଯ୍ୟ ସହଜ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖଙ୍କ ସମେତ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ ଏହାକୁ ଦୁର୍ଭାଗ୍ୟଜନକ କହିବା ସହ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଏବଂ ଗୁରୁତରଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଘଟଣା ପରେ ମଙ୍ଗଳବାର ବସିବାକୁ ଥିବା କ୍ୟାବିନେଟ ବୈଠକ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେବାକୁ ଥିବା ଗୃହ ପ୍ରବେଶ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି।
ଦୁର୍ଘଟଣା ପରେ ମଧ୍ୟପ୍ରଦେଶର ଭାଜପା ସରକାରକୁ ଘେରିଛି କଂଗ୍ରେସ। ଏଭଳି ଦୁଃଖଦ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରଦେଶ କଂଗ୍ରେସ ସମ୍ପାଦକ ରାକେଶ ସିଂ ଯାଦବ କହିଛନ୍ତି, ବସ୍‌ର ପରମିଟ୍‌ ଓ ଫିଟ୍‌ନେସ ନ ଥିବାବେଳେ ଏହାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ନ ଥିଲା। ବେଆଇନ ଭାବେ ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାଉଥିଲେ। ଏଥିପାଇଁ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିବା ସହ ତାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଏଥିସହ ତୁରନ୍ତ ଶୋଚନୀୟ ରାଜପଥର ମରାମତି, ସବୁ ଗାଡ଼ିର ଫିଟ୍‌ନେସ୍‌ ଓ ପରମିଟ୍‌ ଯାଞ୍ଚ କଡ଼ାକଡ଼ି କରାଯିବାକୁ ଦାବି ହୋଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

‘କେଦାରନାଥରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଜାରି ହେଉ’; ଭାଜପା ବିଧାୟିକାଙ୍କ ମନ୍ତବ୍ୟକୁ ନେଇ ବିବାଦ

ଡେରାଡୁନ୍‌, ୧୬।୩: କେଦାରନାଥ ଧାମ୍‌ରେ ଅଣହିନ୍ଦୁଙ୍କ ପ୍ରବେଶ ଏବଂ ଗତିବିଧି ଉପରେ କଟକଣା ଲଗାଯିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏନେଇ କେଦାରନାଥର ଭାଜପା ବିଧାୟିକା ଆଶା...

ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ

ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ।...

ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ...

ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ: ”ଧୈର୍ଯ୍ୟ ରଖନ୍ତୁ, ଜୀବନରେ କୌଣସି ସର୍ଟକଟ୍ ନାହିଁ”

ନୂଆଦିଲ୍ଲୀ,୧୬ା୩: ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ୩ ଘଣ୍ଟା ଧରି ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବପିଢ଼ିଙ୍କୁ ସର୍ଟକଟ୍ ନ ନେବାକୁ ଏବଂ ଧୈର୍ଯ୍ୟ...

‘୧୪୦ କୋଟି ଭାରତୀୟ ମୋ’ ଶକ୍ତି’

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡ୍‌ମ୍ୟାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ପୋଡକାଷ୍ଟରେ, ତାଙ୍କ ପିଲାଦିନ,...

ସଠିକ ସମୟରେ ଖାଦ୍ୟ ପହଞ୍ଚାଉଥିବା ଡେଲିଭରୀ ବୟଙ୍କୁ CPR ଟ୍ରେନିଂ

ନୂଆଦିଲ୍ଲୀ,୧୬।୩: ଜେଞ୍ଜୋ 5G ଆମ୍ବୁଲାନ୍ସ ସର୍ଭିସେସର ଏକ ପଦକ୍ଷେପ ଏବେ ଭାରତର ବିଭିନ୍ନ ରାଜ୍ୟ ଏବଂ ସହରରେ ଜୋମାଟୋ ଡେଲିଭରି ବୟମାନଙ୍କୁ ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ...

୩୦୦ ବର୍ଷ ଧରି ଔରଙ୍ଗଜେବଙ୍କ କବର ରକ୍ଷଣାବେକ୍ଷଣ କରିଆସୁଛି ଏହି ପରିବାର…ଜାଣନ୍ତୁ କେତେ ମିଳୁଛି ଟଙ୍କା?

ମୁମ୍ବାଇ,୧୬।୩: ରାଜନୈତିକ ବୟାନବାଜିକୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି ଔରଙ୍ଗଜେବଙ୍କ ନାମ। ମହାରାଷ୍ଟ୍ରର ସମ୍ଭାଜୀ ନଗରରେ ଥିବା ଔରଙ୍ଗଜେବଙ୍କ ସମାଧିକୁ ନେଇ ବିବାଦ ଉପୁଜିଛି। କୁହାଯାଏ...

ତେଜ ପ୍ରତାପ ଯାଦବଙ୍କ ‘ନାଚ ନଚେତ୍ ନିଲମ୍ବିତ’ ଆଦେଶରେ ନାଚିବାରୁ ବିହାର ପୋଲିସ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ, ୧୬।୩: ବିହାର ବିଧାୟକ ତେଜ ପ୍ରତାପ ଯାଦବଙ୍କ ଅଙ୍ଗରକ୍ଷୀ ଭାବରେ ନିଯୁକ୍ତ ଜଣେ ପୋଲିସ କନଷ୍ଟେବଳଙ୍କୁ ବିଧାୟକଙ୍କ ନିର୍ଦ୍ଦେଶରେ ୟୁନିଫର୍ମ ପିନ୍ଧି ନାଚିବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image