Categories: ଜାତୀୟ

ଆକାଶରେ ଲଟକି ରହିଲା ଯାତ୍ରୀବାହୀ ବସ: ୪୭ ଜଣ ମୃତ୍ୟୁ ମୁଖରୁ ପାଇଲେ ନୂଆ ଜୀବନ…

ବରେଲୀ,୮।୧ : ବରେଲୀର ଫତେହଗଞ୍ଜ ଅଞ୍ଚଳର ଜାତୀୟ ରାଜପଥରେ ରାମପୁରା ପୋଲ ନିକଟରେ ଟ୍ରକ ସହ ଧକ୍କା ହେବା ପରେ ଏକ ଯାତ୍ରୀବାହୀ ବସ ଆକାଶରେ ଲଟକି ରହିଥିଲା। ଦୁର୍ଘଟଣା ଘଟିବା ମାତ୍ରେ ଯାତ୍ରୀମାନେ ଚିତ୍କାର କରିଥିଲେ। ବସରେ ୪୫ ଯାତ୍ରୀ ଏବଂ ବସର ଡ୍ରାଇଭର ଏବଂ କଣ୍ଡକ୍ଟର ସମେତ ମୋଟ ୪୭ ଜଣ ଥିଲେ। ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପେୀ ଅନ୍ୟ ବସରେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ଏଥିରେ କେହି ଗୁରୁତର ଆହତ ହୋଇନାହାନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ବରେଲୀ ଡିପୋରୁ ବସ ୪୫ଜଣ ଯାତ୍ରୀଙ୍କୁ ନେଇ ସହ ଶାହାଜାହାନପୁର ଅଭିମୁଖେ ଯାଉଥିଲା। ବସ ରାମପୁରା ବ୍ରିଜ ନିକଟରେ ପହଞ୍ଚିବା ମାତ୍ରେ ପଛରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଟ୍ରକ ଧକ୍କା ହେବା ପରେ ବସ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ପୋଲ କାନ୍ଥରେ ପିଟି ହୋଇ ତଳକୁ ଝୁଲି ରହିଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବସରୁ ବାହାରକୁ ଅଣାଯାଇଥିବା ଡ୍ରାଇଭର ଶକିଲ କହିଛନ୍ତି। ସୂଚନା ପାଇବା ପରେ ପୋଲିସ ଧକ୍କା ହେବା ପରେ ଦୌଡ଼ି ପଳାଉଥିବା ଟ୍ରକ ଡ୍ରାଇଭରକୁ ଧରିଥିଲା।

Share