ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ୍‌; ୩୦ରୁ ଉଦ୍ଧର୍‌ବ ଯାତ୍ରୀ…

ଖଲ୍ଲିକୋଟ,୧୩।୪(ପ୍ରଶାନ୍ତ କୁମାର ମିଶ୍ର): ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଟ୍ରକ ପଛକୁ ବାଲୁଙ୍କେଶ୍ୱର ନାମକ ଏକ ଘରୋଇ ବସ ଶକ୍ତ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୨୫ ରୁ ଉଦ୍ଧର୍‌ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତର ଆହତମାନଙ୍କୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତି ସମୟରେ ଭୁବନେଶ୍ୱରରୁ ଆସ୍କା ଅଭିମୁଖେ ୩୦ରୁ ଉଦ୍ଧର୍‌ବ ଯାତ୍ରୀଙ୍କୁ ନେଇ ଆସୁଥିବା ବାଲୁଙ୍କେଶ୍ୱର ନାମକ ଘରୋଇ ବସ ନମ୍ବର OD 02 CH 0599 ହଠାତ ଲଙ୍ଗଳେଶ୍ବର ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ରାସ୍ତା କଡ଼ରେ ଥିବା ଏକ ଟ୍ରକ ପଛକୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ବସ୍‌ଟିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବସ ଭିତରେ ଥିବା ୩୦ ରୁ ଉଦ୍ଧର୍‌ବ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ,ଏବଂ ଫାଏର ଗାଡି ଯୋଗେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଖବର ପାଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ମେଡ଼ିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ବସଟିକୁ ପୋଲିସ ଜବତ କରିଥିବା ବେଳେ ସମସ୍ତ ଗୁରୁତର ଆହତ ମାନଙ୍କୁ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଥାନା ଅଧିକାରୀ ଏକ ବସ ଭଡା କରି ଆହତ ଯାତ୍ରୀ ମାନଙ୍କୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପର ଦୁର୍ଘଟଣା ସ୍ଥଳରୁ ଫେରାର ଥିବା ଜଣା ପଡିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛିି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ସ୍ଥିତି ଭିତରେ ଭାରତରେ ହୁ ହୁ ହୋଇ ବଢିଯିବ ଏସବୁ ଜିନିଷ, ଜାଣନ୍ତୁ ସେସବୁ କ’ଣ

ନୂଆଦିଲ୍ଲୀ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି...

ଆକ୍ରମଣ ଯୋଗୁ ଭାଙ୍ଗିଲା ସୀମାପାର ବିବାହ: ପାକିସ୍ତାନ ଯାଉଥିବା ବରଙ୍କୁ ଅଟ୍ଟାରିରୁ ଫେରାଇଦିଆଗଲା

ବାର୍‌ମେର,୨୬।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ ପଡ଼ୋଶୀ ଦେଶ ସହ ତିକ୍ତତା ବଢ଼ିଛି। ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି କେନ୍ଦ୍ର ସରକାର ଅଟ୍ଟାରି ସୀମାକୁ...

ସଂରକ୍ଷିତ ଜଙ୍ଗଲ ଭିତରେ ଜଳୁଛି କାର୍‌, ସ୍ତ୍ରୀଙ୍କ ଉପରେ ରାଗି ସ୍ବାମୀ ଜାଳିଦେଲେ

ପାଟଣା,୨୬ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ପିଛୁଳାବେଡ଼ା ଜଙ୍ଗଲ ଭିତରେ ଶନିବାର ଏକ କାର୍‌ ଜଳୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ...

ଗ୍ରୀଷ୍ମପ୍ରବାହ ଜାରି: ପାଣି ପାଇଁ ଡହଳବିକଳ ପାରାଦୀପ ବାସିନ୍ଦା

ପାରାଦୀପ,୨୬ା୪(ଶରତ ରାଉତ): ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରି ସମୟରେ ପାରାଦୀପ ଶିଳ୍ପାଞ୍ଚଳରେ ବର୍ତ୍ତମାନ ଜଳସଙ୍କଟ ଦେଖାଦେଇଛି। ପାରାଦୀପ...

ଆସନ୍ତା ୧ରୁ ଜୁନ୍‌ ଯାଏ ଚାଲିବ ରବି ଋତୁ ଧାନକିଣା

ଭୁବନେଶ୍ୱର, ୨୬ା୪(ସୁନିତ୍‌ ମିଶ୍ର):ଗତ ଖରିଫ୍‌ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ଟନ୍‌ ଧାନ ସଂଗ୍ରହ...

‘ଘଟଣାର ଜଡ଼ରେ ପହଞ୍ଚିବା ସାମ୍ବାଦିକଙ୍କ ଦାୟିତ୍ୱ’

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା):ସାମ୍ବାଦିକତା ହେଉଛି ସର୍ବପୁରାତନ ଜୀବିକା। କାହିଁ କେଉଁ କାଳରୁ ମଣିଷ ହୁଅନ୍ତୁ ବା ପ୍ରାଣୀ ଜୀବନ ଜୀବିକା ନିର୍ବାହ ପାଇଁ ଖାଦ୍ୟ ସମ୍ପର୍କରେ ସାଥୀଙ୍କୁ...

ଓଡ଼ିଶା ଭାରତର ଇସ୍ପାତ ରାଜଧାନୀ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଫିକି ସହଯୋଗରେ ମୁମ୍ବାଇର ବମ୍ବେ ପ୍ରଦର୍ଶନୀ କେନ୍ଦ୍ରଠାରେ ଶୁକ୍ରବାର ‘ଇଣ୍ଡିଆ ଷ୍ଟିଲ-୨୦୨୫’ ରାଉଣ୍ଡ୍‌ ଟେବୁଲ ସମ୍ମିଳନୀ...

କୋଟିଆ ପରେ ଏବେ ରାଇପାହାଡ଼: ଆନ୍ଧ୍ରରେ ମିଶିବାକୁ ସୀମାନ୍ତବାସୀଙ୍କ ଇଚ୍ଛା

ନନ୍ଦପୁର,୨୬ା୪(ତୁଷାର କାନ୍ତ ମହାନ୍ତି):ଆନ୍ଧ୍ରର ଅନୁପ୍ରବେଶ ଓ ବିସ୍ତାରବାଦୀ ନୀତି ପାଇଁ ସମସ୍ତଙ୍କ ନଜର ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମଗୁଡ଼ିକ ଉପରେ ରହିଛି। ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image