ଏୟାରଲାଇନ୍ସରେ ପରଷା ଯାଉଛି ଡଗ ଫୁଡ୍‌, ଭାଇରାଲ ହେଉଛି ମେନୁ

ବେଜିଂ,୨୨।୧୧:ଜଣେ ଯାତ୍ରୀ ଏୟାରଲାଇନ୍ସ ଉପରେ ଅଭିଯୋଗ ଆଣିଛନ୍ତି କି, ବିମାନ ଯାତ୍ରା ସମୟରେ ତାଙ୍କୁ ଡଗ୍‌ ଫୁଡ୍‌ ପରଷା ଯାଉଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିଜନେସ କ୍ଲାସ ମେନୁର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯାତ୍ରୀ ଜଣକ ଦାବି କରିଛନ୍ତି କି, ଏୟାରଲାଇନ୍ସ ନିଜ ଗ୍ରାହକଙ୍କୁ ବିଦେଶରୁ ଆମଦାନୀ ହେଉଥିବା ଡଗ୍‌ ଫୁଡ୍‌ ଆଣି ଯାତ୍ରୀଙ୍କୁ ପରଷୁଛନ୍ତି।

ଯାତ୍ରୀ ଜଣକ ହେଉଛନ୍ତି ଫୋନରାଡ ବୁ। ସେ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି ଏହି ଘଟଣା ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବାକୁ ଯାଇ ମେନୁର ଫଟୋ ଶେୟାର କରିଛନ୍ତି। ମେନୁରେ ଏପେଟାଇଜର, ସୁପ, ପାଉଁରୁଟି ଓ ମିଠା ସହ ଅନେକ ପ୍ରକାର ବ୍ୟଞ୍ଜନ ବିଷୟରେ ଉଲ୍ଲେଖ ଅଛି। ସେହିପରି ମେନୁରେ ଭ୍ୟାନିଲା ଝିଙ୍ଗ ଓ ସ୍ମୋକ ପେପର ଓ୍ବିକ ସହ ଡଗ୍‌ ଫୁଡ୍‌କୁ ଏପେଟାଇଜର ଲିଷ୍ଟରେ ସାମିଲ କରାଯାଇଛି। ଫଟୋ ଶେୟାର କରି ଫୋନରାଡ ଏୟାରଲାଇନ୍ସକୁ ଟ୍ୟାଗ କରିଛନ୍ତି। ସେ ପୋଷ୍ଟରେ କହିଛନ୍ତି, ଏହି ଖାଦ୍ୟ ଅସଲରେ କଣ ତାହା ଏୟାରଲାଇନ୍ସ ନିଜର ମତ ରଖୁ।

Share