ମାସ୍କ ପିନ୍ଧିବାକୁ ଯାତ୍ରୀ ମନା କରିବାରୁ ଅଧ ବାଟରୁ ଫେରିଲା ଫ୍ଲାଇଟ୍‌

ଓ୍ବାଶିଂଟନ,୨୧।୧: ଜଣେ ଯାତ୍ରୀ କୋଭିଡ୍‌ ମାସ୍କ ପିନ୍ଧିବାକୁ ମନା କରି ଦେବାରୁ ମିଆମିରୁ ଲଣ୍ଡନ ଯାଉଥିବା ଆମେରିକାନ ଏୟାରଲାଇନ ଜେଟଲାଇନର ଏକ ବିମାନ ଅଧ ବାଟରୁ ଫେରି ଆସିଛି। ଏ ନେଇ ଆମେରିକାନ ଏୟାରଲାଇନ ଜେଟଲାଇନର ପକ୍ଷରୁ କୁହାଯାଇଛି।

“ମିଆମିରୁ ଲଣ୍ଡନ ଯାଉଥିବା ଆମେରିକାନ ଏୟାରଲାଇନ୍ସ ଫ୍ଲାଇଟ୍‌ ୩୮ ଜଣେ ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରି ଦେଇବାରୁ ଏମ୍‌ଆଇଏ ଫେରିଆସିଛି” ବୋଲି ଏୟାରଲାଇନ ପକ୍ଷରୁ କୁହାଯାଇଛି। ବିମାନ ବନ୍ଦରରେ ବିମାନ ପହଞ୍ଚିବା ପରେ ପୋଲିସ ଉକ୍ତ ଯାତ୍ରୀଙ୍କୁ ଧରି ନେଇଥିଲା। ତା’ପରେ ବୋଇଂ ୭୭୭ ଫ୍ଲାଇଟ୍‌ ଯୋଗେ ୧୨୯ ଯାତ୍ରୀ ଓ ୧୪ କ୍ରୁ ମେମ୍ବର ନେଇ ମିଆମି ଫେରିଥିଲେ। ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ ଗତବର୍ଷ ଜାନୁୟାରୀରେ ବିମାନ ଯାତ୍ରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲା।

Share