ଯାତ୍ରୀବାହୀ ପାସେଞ୍ଜର ଭଡ଼ା କମିଲା

ଯାଜପୁର,୨୪ା୨(ହର୍ଷବର୍ଦ୍ଧନ ବେହେରା): କରୋନା ଲକ୍‌ଡାଉନ୍‌ ସମୟରୁ ଓଡ଼ିଶାର ସମସ୍ତ ଯାତ୍ରୀବାହୀ ଓ ମେମୁ ପାସେଞ୍ଜର ଟ୍ରେନଗୁଡ଼ିକୁ ସ୍ପେଶାଲ/ଦ୍ରୁତଗାମୀ କରାଯାଇ ସାଧାରଣ ଜନତାଙ୍କଠାରୁ ଦ୍ରୁତଗାମୀ ଭଡ଼ା ଆଦାୟ ହେଉଥିଲା। ରେଲଓ୍ବେର ଏଭଳି କାର୍ଯ୍ୟ ବିରୋଧରେ କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ରାଷ୍ଟ୍ରପତି ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ୨୬ା୧ା୨୦୨୪ରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏନେଇ ଧରିତ୍ରୀରେ ଏକାଧିକ ଖବର ପ୍ରକାଶ ପାଇଥିଲା। ଏହାର ପ୍ରଭାବରେ ଶୁକ୍ରବାରଠାରୁ ମେମୁ, ଡେମୁ ଓ ପାସେଞ୍ଜର ଟ୍ରେନଗୁଡିକ ସମସ୍ତ ଷ୍ଟେସନରେ ରହଣୀ କରିବା ସହ ପେସେଞ୍ଜର ଭଡ଼ା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ସଂଘ ପକ୍ଷରୁ ଭାଗୀରଥି ଆଚାର୍ଯ୍ୟ ସୂଚନା ଦେବା ସହ ରେଲଓ୍ବେକୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ,  ୨୩ା୩ା୨୦୨୧ରେ ଓଡ଼ିଶାରେ ସମସ୍ତ ଯାତ୍ରୀବାହୀ/ମେମୁ ପାସେଞ୍ଜର ଟ୍ରେନଗୁଡ଼ିକୁ ଦ୍ରୁତଗାମୀ ଘୋଷଣା କରାଯାଇଥିଲା। ତଦନୁଯାୟୀ ଅଦ୍ୟାବଧି ଗୋଟିଏ ଷ୍ଟପେଜରୁ ନିକଟବର୍ତ୍ତୀ ଷ୍ଟପେଜକୁ ଯିବା ପାଇଁ ସର୍ବନିମ୍ନ ଭଡ଼ା ଦ୍ରୁତଗାମୀ ଭାବେ ୩୦ଟଙ୍କା ଅସୁଲ ହେଉଥିଲା। ତେଣୁ ତୁରନ୍ତ ଏଭଳି ଶୋଷଣ ବନ୍ଦ କରିବାକୁ ସଂଘ ପକ୍ଷରୁ ନିବେଦନ ହୋଇଥିଲା। ଅନ୍ୟପକ୍ଷେ ଯାଜପୁର ରୋଡ୍‌ ରେଳଷ୍ଟେଶନର ଦକ୍ଷିଣ ରେଳ ଫାଟକ ନିକଟରେ ଏକ ଫ୍ଲାଏଓଭର ବ୍ରିଜ୍‌ ଓ ଗଳିପୋଲ ସମେତ ଗୋପବନ୍ଧୁ ଛକ ନିକଟରେ ମଧ୍ୟ ଏକ ଗଲିପୋଲ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଆସନ୍ତା ୨୬ ତାରିଖରେ ଏହି ୩ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହି ସୂଚନା ସମ୍ପର୍କରେ ସରକାରୀ ଭାବେ କୌଣସି ତଥ୍ୟ ହାସଲ ହୋଇ ନ ଥିବାବେଳେ ଏ ନେଇ ବ୍ୟାସନଗର ସହରରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସାଇ ମନ୍ଦିର ନିକଟରେ ଥିବା ରେଳ ଫାଟକ ପ୍ରାୟ ୧୦୦ ମିଟର ଦୂର କଟକ ପଟକୁ ସ୍ଥାନାନ୍ତର ହୋଇଛି। ପୂର୍ବରୁ ଥିବା ଫାଟକ ନିକଟରେ ନୂଆ ରେଳଲାଇନ କାମ ଚାଲିଥିବାରୁ ଲୋକଙ୍କ ଯାତାୟାତ ବ୍ୟାହତ ହୋଇଛି। ଏହି ଫାଟକର ଅପରପାର୍ଶ୍ୱରେ ଯାଜପୁର ସହର ରହିଥିବାବେଳେ ଅନ୍ୟପଟେ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ନରସିଂହ ଚୌଧୁରୀ ହାଇସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରାଣୀ ଚିକିତ୍ସାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗୋଶାଳା ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଛି। ଏହାବାଦ ଏହି ପାର୍ଶ୍ୱ ଦେଇ ଖରସ୍ରୋତା ନଦୀକୂଳବାସୀ ଯାଜପୁର ରୋଡ୍‌କୁ ବ୍ୟବସାୟ କରିବାକୁ ଆସିଥାନ୍ତି। ଫାଟକ ବନ୍ଦ ରହିଲେ ଏହି ରାସ୍ତା ଉପରେ କାର, ବାଇକ, ଟ୍ରକ୍‌ ଆଦି ଯାନଗୁଡ଼ିକର ଭିଡ଼ ଲାଗି ରହିଥାଏ। ଏବେ ପୁଣି ନୂତନ ରେଳପଥ ନିର୍ମାଣ ଚାଲିଥିବାରୁ ଉକ୍ତ ରାସ୍ତା ଅତି ସଙ୍କୁଚିତ ହୋଇଯାଇଛି। ଏହି ଫାଟକ ନିକଟରେ ଏକ ରେଳ ଓଭର ବ୍ରିଜ(ଆର୍‌ଓବି) କିମ୍ବା ଏହାର ବିକଳ୍ପ ଭାବେ ରେଳ ଅଣ୍ଡର ବ୍ରିଜ(ଆରୟୁବି) ନିର୍ମାଣ କରିବାକୁ ରେଲଓ୍ବେ ବୋର୍ଡ ପକ୍ଷରୁ ପୂର୍ବରୁ ୮୧.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ହୋଇ ପାରି ନ ଥିବାରୁ ଓଭରବ୍ରିଜ ପ୍ରକଳ୍ପ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ଅନ୍ୟପକ୍ଷେ ଗୋପବନ୍ଧୁ ଛକ ନିକଟରେ ଗଳିପୋଲ ନିର୍ମାଣ କରିବାକୁ ବ୍ୟାସନଗର ତହସିଲ ପକ୍ଷରୁ ମତାମତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା...

‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’...

ଆଜିଠୁ ୩ଦିନ ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଅପରାହ୍ନ ୧ଟାରୁ କାର୍ଯ୍ୟ ଶେଷ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୨୧ା୯(ଅଜିତ୍‌ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସେପ୍ଟେମ୍ବର ୨୧, ୨୨ ଏବଂ ୨୩ ତାରିଖ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri