ଗଞ୍ଜାମ,୩ା୩(ବିଦ୍ୟାଧର ସାହୁ): ସୋମବାର ପୂର୍ବାହ୍ନରେ ଜଣେ ଯାତ୍ରୀ ଏକ ଅଟୋରେ ନିଜ ବ୍ୟାଗ ଛାଡ଼ି ଓହ୍ଲାଇ ପଡ଼ିଥିଲେ। ବ୍ୟାଗକୁ ନେଇ ଅଟୋ ବାଲା ରୁଷିଆ ତରାଇ ଗଞ୍ଜାମ ଥାନାରେ ଜିମା ଦେଇଥିଲେ। ଯାତ୍ରୀ ଜଣକ ବ୍ୟାଗ କଥା ପରେ ମନ ପଡ଼ିବାରୁ ବ୍ୟାଗ ଖୋଜିଥିଲେ ଏବଂ ସ୍ଥାନୀୟ ଅଞ୍ଚଳର ସଞ୍ଜୟ ସ୍ବାଇଁଙ୍କୁ ବ୍ୟାଗ ବିଷୟରେ ଅବଗତ କରିଥିଲେ। ପରେ ଅଟୋ ସଂଘ ସହ କଥା ହୋଇ ସଞ୍ଜୟ ଗଞ୍ଜାମ ଥାନାରେ ମହିଳା ଯାତ୍ରୀଙ୍କୁ ନେଇ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ ଏଏସଆଇ ସୁପ୍ରଭା ସାହୁଙ୍କ ଉପସ୍ଥିତିରେ ବ୍ୟାଗ ଫେରାଇ ଥିଲେ। ନିଜ ବ୍ୟାଗ ଫେରିପାଇ ଅଟବାଲାଙ୍କୁ ଧନ୍ୟବାଦ ଜଣାଇଥିଲେ।