ନୂଆଦିଲ୍ଲୀ,୨୩।୧: ସ୍ପାଇସଜେଟ ବିମାନରେ ଜଣେ ଯାତ୍ରୀ କ୍ୟାବିନ କ୍ର୍ୟୁଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ଯାତ୍ରୀ ଏବଂ ତାଙ୍କ ସହ-ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ସୁରକ୍ଷା ଦଳକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ସୋମବାର କହିଛି ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ବିମାନରେ ଘଟିଛି। ଏନେଇ ସ୍ପାଇସଜେଟ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀରେ ବୋର୍ଡିଂ ସମୟରେ ଜଣେ ଯାତ୍ରୀ କ୍ୟାବିନ କ୍ର୍ୟୁଙ୍କୁ ହଇରାଣ କରିବା ସହ ଅସଦାଚରଣ କରିଥିଲେ। ଏହାପରେ କ୍ୟାବିନ କ୍ର୍ୟୁ ପିସିଆଇ ଏବଂ ସୁରକ୍ଷା କର୍ମୀଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏକାଠି ଯାତ୍ରା କରୁଥିବା ଉକ୍ତ ଯାତ୍ରୀ ଏବଂ ସହ-ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବା ସହ ସୁରକ୍ଷା ଦଳକୁ ହସ୍ତାନ୍ତର କରାଯାଇଥିଲା ବୋଲି ସ୍ପାଇସଜେଟ କହିଛି। ନିକଟରେ ବିମାନରେ କିଛି ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଏହାପୂର୍ବରୁ ଜାନୁୟାରୀ ୫ରେ ଦୁଇଜଣ ବିଦେଶୀ ଯାତ୍ରୀ ନୂଆଦିଲ୍ଲୀରୁ ଗୋଆ ଅଭିମୁଖେ ଗୋଫିଷ୍ଟ ବିମାନରେ ଜଣେ ମହିଳା ବିମାନ କର୍ମଚାରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।
#WATCH | “Unruly & inappropriate” behaviour by a passenger on the Delhi-Hyderabad SpiceJet flight at Delhi airport today
The passenger and & a co-passenger were deboarded and handed over to the security team at the airport pic.twitter.com/H090cPKjWV
— ANI (@ANI) January 23, 2023