ନୂଆଦିଲ୍ଲୀ,୨୪ ।୧: ସ୍ପାଇସ ଜେଟ ଫ୍ଲାଇଟରେ କ୍ୟାବିନ କ୍ରୁ୍ୟଙ୍କ ସହ ଜଣେ ଯାତ୍ରୀ ଦୁର୍ବବ୍ୟହାର କରିଥିବା ଜଣାପଡିଛି । ଏହାପରେ ଅଭିଯୁକ୍ତ ଯାତ୍ରୀ ଓ ତାଙ୍କ ସହଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଛି । ସ୍ପାଇସ ଜେଟ ଏୟାର ଲାଇନ୍ସ ସୋମବାର ଅର୍ଥାତ ୨୩ ଜାନୁୟାରୀରେ କହିଥିଲା କି ଘଟଣା ୨୩ ଜାନୁୟାରୀରେ ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଫ୍ଲାଇଟରେ ହୋଇଥିଲା । ଦିଲ୍ଲୀରେ ବୋର୍ଡିଂ ସମୟରେ ଜଣେ ଯାତ୍ରୀ ଅନିୟନ୍ତ୍ରିତ ଓ ଅନୁଚିତ ଢଙ୍ଗରେ ବ୍ୟବହାର କରିବା ସହ କ୍ୟାବିନ କ୍ର୍ୟୁଙ୍କୁ ହଇରାଣ କରିଥିଲେ । ସ୍ପାଇସଜେଟ କହଛି କ୍ୟାବିନ କ୍ର୍ୟୁ ପିଆଇସି ଓ ସୁରକ୍ଷାକର୍ମୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଯାତ୍ରୀ ଓ ତାଙ୍କ ସହଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏବେ ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ।
#WATCH | "Unruly & inappropriate" behaviour by a passenger on the Delhi-Hyderabad SpiceJet flight at Delhi airport today
The passenger and & a co-passenger were deboarded and handed over to the security team at the airport pic.twitter.com/H090cPKjWV
— ANI (@ANI) January 23, 2023