Categories: ଜାତୀୟ

ଏୟାର ଇଣ୍ଡିଆ ବିମାନରେ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର

ନୂଆଦିଲ୍ଲୀ,୩୦।୫: ଏୟାର ଇଣ୍ଡିଆ ବିମାନରେ କ୍ରୁ ସଦସ୍ୟଙ୍କୁ ଅସଦାଚରଣ କରିବା ଘଟଣା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଛି ସୋମବାର ଏଆଇ-୮୮୨ବିମାନରେ ଜଣେ ଯାତ୍ରୀ କ୍ରୁ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଅବତରଣ କରିବା ପରେ ଯାତ୍ରୀ ଜଣଙ୍କୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରାଯାଇଛି। ଏୟାର ଇଣ୍ଡିଆ ବିମାନରେ ଦୁଇ ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ଏପ୍ରିଲ ୧୦ରେ ଦିଲ୍ଲୀ-ଲଣ୍ଡନ ବିମାନରେ ଜଣେ ଯାତ୍ରୀ ଦୁଇଜଣ ମହିଳା କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ।

 

Share