ଲ୍ୟାଣ୍ଡିଂ ସମୟରେ ଓଲଟି ପଡ଼ିଲା ଯାତ୍ରୀବାହୀ ବିମାନ, ୧୮ ଯାତ୍ରୀ ସୁରକ୍ଷିତ…

ମସ୍କୋ,୧୭।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦ୍ୟତମ ଉଦାହରଣ ରୁଷିଆରେ ଘଟିଛି। ଏକ ଯାତ୍ରୀବାହୀ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମଝି ଆକାଶରେ ବିମାନଟିର ଇଞ୍ଜିନ୍‌୍‌ ଖରାପ ହୋଇଯିବାରୁ ଜରୁରୀକାଳୀନ ଲ୍ୟାଣ୍ଡି କରିବା ପାଇଁ ପାଇଲଟ ନିଷ୍ପତ୍ତି ଗ୍ରହଣ କରିଥିଲେ। ତେବେ ବିମାନଟି ଲ୍ୟାଣ୍ଡି ସମୟରେ ଓଲଟି ପଡ଼ିଥିଲା। ତେବେ ଏଥିରେ ଥିବା ୧୮ ଯାତ୍ରୀ ସୁରକ୍ଷିତ ରହିଥିଲେ। କେଡ୍ରୋଓ୍ବିରୁ ଟାମ୍ସକ ମଧ୍ୟରେ ରାଡାରରୁ ହଠାତ୍‌ ଆଣ୍ଟୋନୋଭ୍‌ ଏଏନ୍‌-୨୮ ବିମାନ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ବିମାନ ଚଳାଚଳ ବିଭାଗ ପକ୍ଷରୁ ଏନେଇ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଥିଲା। ଉଦ୍ଧାରକାରୀ ଦଳ ଶେଷରେ ବିମାନକୁ ଏକ ଚାଷ ଜମିରୁ ଠାବ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। ଏହା ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମ୍ଭବ ହୋଇଥିବା ସ୍ଥାନୀୟ ଗଭର୍ନର ସର୍ଜେଇ ଓ୍ବାଚକିନ୍‌ ସୂଚନା ଦେଇଛନ୍ତି।

Share