ସିଟ୍‌ ବେଲ୍ଟ ଲଗାଇବାକୁ କହିବାରୁ କ୍ର୍ୟୁ ମେମ୍ବରଙ୍କ ଦାନ୍ତ ଭାଙ୍ଗିଲେ ମହିଳା ଯାତ୍ରୀ

ଓ୍ବାଶିଂଟନ୍‌,୩୧।୫: ପ୍ରାୟ ସମୟରେ ବିମାନ ଯାତ୍ରା ସହ ଜଡ଼ିତ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବର ଯାତ୍ରୀଙ୍କ ସହ ର୍ଦୁବ୍ୟବହାର ଘଟଣା ସାମ୍ନାକୁ ଆସିଥିବା ବେଳେ ଆଉ କେତେବେଳେ ଯାତ୍ରୀ କ୍ର୍ୟୁ ମେମ୍ବରଙ୍କ ସହ ର୍ଦୁବ୍ୟବହାର କରିଥିବା କଥା କୁହାଯାଏ। ଇତିମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯାତ୍ରୀ କ୍ର୍ୟୁ ମେମ୍ବରଙ୍କ ଦାନ୍ତ ଭାଙ୍ଗିଦେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଆମେରିକାର ସେକ୍ରୋମେଣ୍ଟରୁ ଡିଏଗୋ ଯାଉଥିବା ବିମାନ ଯାତ୍ରା ସମୟରେ ଜଣେ ୨୮ବର୍ଷୀୟ ବ୍ୟବିଆନା କ୍ୱିନୋନେଜ ନାମକ ଯାତ୍ରୀ ଯାତ୍ରା କରୁଥିଲେ।

ବିମାନ ଉଡ଼ାଣ ସମୟରେ କ୍ର୍ୟୁ ମେମ୍ବର ତାଙ୍କୁ ସିଟ୍‌ ବେଲ୍ଟ ବାନ୍ଧିବାକୁ କହିଥିଲେ। ହେଲେ ସେ କର୍ଣ୍ଣପାତ କରି ନ ଥିଲେ। ଏହା ସତ୍ତ୍ୱେ କ୍ର୍ୟୁ ମେମ୍ବର ବାରମ୍ବାର ବ୍ୟବିଆନାଙ୍କୁ ସିଟ୍‌ ବେଲ୍ଟ ବାନ୍ଧିବାକୁ ଅନୁରୋଧ କରିଥିଲେ। ଏହି କଥାରେ ବ୍ୟବିଆନା ଉତ୍ତ୍ୟକ୍ତ ହୋଇପଡ଼ି କ୍ର୍ୟୁ ମେମ୍ବରକୁ ଏକ ମୁକ୍କା ମାରିଥିଲେ। ଯେଉଁଥିରେ ତାଙ୍କର ୨ଟି ଦାନ୍ତ ଭାଙ୍ଗିଯାଇ ରକ୍ତ ସ୍ରାବ ହୋଇଥିଲା। ଏହି ଘଟଣାରେ ଆମେରିକା ଏୟାରଲାଇନ୍ସ ପକ୍ଷରୁ ବ୍ୟବିଆନାଙ୍କୁ ଗିରଫ କରାଯାଇଛି। ତେବେ ଘଟଣା ସମୟରେ ସେ ମଦ୍ୟପାନୀୟ କରିଥିଲେ କି ନାହିଁ ସେନେଇ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ ଏହି ଘଟଣା ପରେ ଏୟାରଲାଇନ୍ସ ବିମାନରେ ମଦ ଉପରେ ପ୍ରତିବନ୍ଧକ ଲଗାଇଛି।

Share