ବାରଣାସୀ,୨୮।୩: ସ୍ପେସଜେଟ୍ ଫ୍ଲାଇଟ୍ ଉଡୁଥିବାବେଳେ ଜଣେ ଯାତ୍ରୀ ବିମାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ। ଉକ୍ତ ଯାତ୍ରୀଙ୍କ ନାମ ଗୌରବ। ବାରଣାସୀ ଏୟାରପୋର୍ଟରେ ବିମାନର ସଫଳ ଅବତାରଣ ପରେ ତାଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ ସେଣ୍ଟ୍ରାଲ ଇଣ୍ଡଷ୍ଟିଆଲ ସିକୁରିଟି ଫୋର୍ସ (ସିଆଇଏସ୍ଏଫ୍) ଓ ସ୍ପେସଜେଟ୍ ସିକୁରିଟି ଷ୍ଟାଫ। ଏ ନେଇ ସ୍ପେସ୍ଜେଟ ପ୍ରବକ୍ତା କହିଛନ୍ତି।
ବାରଣାସୀ ଯାଉଥିବା ଫ୍ଲାଇଟ୍ରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଥିଲା। ଗୌରବ ନାମକ ଜଣେ ଯାତ୍ରୀ ହଠାତ୍ ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ। ଅନ୍ୟ ଯାତ୍ରୀଙ୍କ ସହାୟତାରେ ଗୌରବଙ୍କୁ କାବୁ କରିଥିଲେ କ୍ର୍ୟୁ ମେମ୍ବର। ଏ ସମ୍ପର୍କରେ କ୍ୟାପଟେନଙ୍କୁ ଜଣାଇବା ପରେ ସେ ତୁରନ୍ତ ଅବତାରଣ ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ନିକଟରେ ନିବେଦନ କରିଥିଲେ। ଅବତାରଣ ବେଳ ଉପସ୍ଥିତ ଥିଲେ ଆଭିଏଶନ ଓ ଏୟାରଲାଇନ ସୁରକ୍ଷା କର୍ମୀ। ସେମାନେ ଉକ୍ତ ଯାତ୍ରୀଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ ବୋଲି ସ୍ପେସ୍ଜେଟ୍ ପକ୍ଷରୁ କୁହାଯାଇଛି। ଫ୍ଲାଇଟ୍ରେ ମୋଟ ୮୯ ଯାତ୍ରୀ ଥିଲେ।