Categories: ଜାତୀୟ

ଏୟାର ଇଣ୍ଡିଆ ଫ୍ଲାଇଟରେ ପରିଶ୍ରା କରିଥିବା ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ

ନୂଆଦିଲ୍ଲୀ,୨୭।୬: ବିମାନ ଭିତରେ ପରିସ୍ରା କରିବାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ପରିସ୍ରା କରିଛନ୍ତି। ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ବିମାନରେ ଏହି ଘଟଣା ଘଟିଥିଲା, ପରେ ଅଭିଯୁକ୍ତକୁ ଦିଲ୍ଲୀ ବିମାନବନ୍ଦରରେ ଗିରଫ କରାଯାଇଥିଲା। ଆଇଜିଆଇ ବିମାନବନ୍ଦରରେ ଥିବା ପୋଲିସ ଷ୍ଟେଶନରେ ଫ୍ଲାଇଟ କ୍ୟାପଟେନଙ୍କ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା, ଏହା ପରେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ସେଠାରୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ନାମ ରାମ ସିଂ ବୋଲି ଜଣାପଡିଛି। ସୂଚନାଅନୁସାରେ, ଏହି ଘଟଣା ଜୁନ ୨୪ରେ ଏୟାର ଇଣ୍ଡିଆର ଏଆଇସି ୮୬୬ ବିମାନରେ ଘଟିଥିଲା। ପୋଲିସ ଷ୍ଟେଶନରେ ଦିଆଯାଇଥିବା ଏଫଆଇଆର୍‌ ଅନୁଯାୟୀ, ରାମ ସିଂ ନାମକ ଜଣେ ଯାତ୍ରୀ ବିମାନ ଭିତରେ ଶୌଚ ଓ ପରିସ୍ରା କରିଥିଲେ ଏବଂ ପରେ ଛେପ ପକାଇଥିଲେ। ପୋଲିସ ସୂତ୍ରରୁ ପ୍ରକାଶ ଯେ ଏହି ସମୟ ମଧ୍ୟରେ କ୍ରୁ ସଦସ୍ୟମାନେ ଯାତ୍ରୀଙ୍କୁ ଏକ ମୌଖିକ ଚେତାବନୀ ଦେଇଥିଲେ, କିନ୍ତୁ ଏହା ସତ୍ତ୍ୱେ ସେ ଅଟକି ନ ଥିଲେ।

Share