ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି

ଭୁବନେଶ୍ୱର,୬।୮ (ଅନୁରାଧା ମହାରଣା): ଭାରତରେ କାର୍‌ ଗ୍ରାହକଙ୍କ ସଂଖ୍ୟା ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅଟୋ ଇଣ୍ଡଷ୍ଟ୍ରିର ଏକ ସଂଗଠନ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଏଫ୍‌ଏଡିଏ) ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ କାର୍‌ ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀଗୁଡ଼ିକ ବିଭିନ୍ନ ଯାନବାହନର ନୂତନ ମଡେଲ ଏବଂ ବୃହତ ରିହାତି ପ୍ରଦାନ କରିବା ପରେ ଲୋକମାନେ ବହୁ ସଂଖ୍ୟାରେ ଗାଡି କିଣିଛନ୍ତି। ନୂତନ ମଡେଲ ଲଞ୍ଚ ଏବଂ ରିହାତି ବୃଦ୍ଧି ହେତୁ ଜୁଲାଇରେ ଭାରତରେ ଯାତ୍ରୀବାହୀ ଯାନଗୁଡ଼ିକର ଖୁଚୁରା ବିକ୍ରି ବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇଛି।
ସୋମବାର ପ୍ରକାଶିତ ଏହି ରିପୋର୍ଟରେ ଏଫ୍‌ଏଡିଏ ଦର୍ଶାଇଛି ଯେ, ଜୁଲାଇରେ ମୋଟ ଯାତ୍ରୀବାହୀ ଯାନ ଖୁଚୁରା ବିକ୍ରି ୩,୨୦,୧୨୯ ୟୁନିଟକୁ ବୃଦ୍ଧି ପାଇଥିବାବେଳେ ଜୁଲାଇ ୨୦୨୩ରେ ଏହା ୨,୯୦,୫୬୪ ୟୁନିଟ ଥିଲା। ଭଲ ଉତ୍ପାଦ ଉପଲବ୍ଧତା, ଆକର୍ଷଣୀୟ ଯୋଜନା ଏବଂ ବିଭିନ୍ନ ପ୍ରକାରର ଉତ୍ପାଦରୁ ଡିଲରମାନେ ଉପକୃତ ହୋଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ବାଇକ୍‌, ସ୍କୁଟି ଆଦି ଦୁଇ ଚକିଆ ଯାନର ଖୁଚୁରା ବିକ୍ରି ଜୁଲାଇରେ ୧୭ ପ୍ରତିଶତ ବୃଦ୍ଧି ହୋଇ ୧୪,୪୩,୪୬୩ ୟୁନିଟରେ ପହଞ୍ଚିଛି। ଏହା ଜୁଲାଇ ୨୦୨୩ରେ ୧୨,୩୧,୯୩୦ ୟୁନିଟ ଥିଲା। ବାଣିଜି୍ୟକ ଯାନଗୁଡ଼ିକର ଖୁଚୁରା ବିକ୍ରି ଗତ ବର୍ଷ ତୁଳନାରେ ୭% ବୃଦ୍ଧି ପାଇ ଜୁଲାଇରେ ୮୦,୦୫୭ ୟୁନିଟରେ ପହଞ୍ଚିଛି। ତେବେ ଟ୍ରାକ୍ଟର ବିକ୍ରି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ହ୍ରାସ ପାଇ ଜୁଲାଇରେ ୭୯,୯୭୦ ୟୁନିଟରେ ପହଞ୍ଚିଛି। ଜୁଲାଇ ମାସ ପାଇଁ ରିପୋର୍ଟ ପ୍ରସ୍ତୁତ କରିବାକୁ ଏଫ୍‌ଏଡିଏ ଦେଶର ୧,୬୪୫ ଆରଟିଓ ମଧ୍ୟରୁ ୧,୫୬୮ରୁ ଗାଡି ପଞ୍ଜୀକରଣ ତଥ୍ୟ ସଂଗ୍ରହ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri