ଛତ୍ରପୁର,୯।୯(ଡି.ଏନ୍.ଏ.): କରୋନା ଭୟ ବର୍ତ୍ତମାନ ବି ଗଞ୍ଜାମ ଜିଲାରେ ଶେଷ ହୋଇନାହିଁ । କରୋନା ଶେଷ ହୋଇଗଲା ଭାବି ଜିଲାବାସୀ ବେଖାତିର ଭାବେ ବୁଲାବୁଲି କରୁଛନ୍ତି। ସତର୍କତା ନିୟମ ପାଳୁ ନାହାନ୍ତି। ଏହା ସେମାନଙ୍କ ପ୍ରତି ବିପଦ। ଏଣୁ ସତର୍କ ରହିବା ଜରୁରୀ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି ।
ବୁଧବାର ଜିଲାପାଳ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲାର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଜିଲାରେ କରୋନା ପରିଚାଳନା ଠିକ୍ ରୂପେ ହୋଇପାରିଛି । ଠ୍ିକ ରୂପେ ପରିଚାଳନା ହୋଇଥିବା ହେତୁ ସଫଳତା ମିଳିପାରିଛି। ଆଗାମୀ ୬ ମାସ ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ସ୍ତରରୁ ଆରମ୍ଭ କରି ଜଲାସ୍ତର ପର୍ଯ୍ୟନ୍ତ ପରିଚାଳନାକୁ କଡାକଡି କରିବାକୁ ପଡ଼ିବ । ଲୋକ ପ୍ରତିନିଧି, କୋଭିଡ ସାଥୀ, କୋଭିଡ ମନିଟର୍,. କୋଭିଡ ସଖୀଙ୍କ ଦ୍ବାରା ପରିଚାଳନା କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବସ୍ ଚଳାଚଳ ଓ ଅଟୋରିକ୍ସାରେ ଯାତାୟତ କକୁଥିବା ଯାତ୍ରୀ ମାସ୍କ ବ୍ୟବହାର କରୁ ନାହାନ୍ତି । ଏହା ଜିଲାପାଇଁ ଜଟିଳ ସମସ୍ୟା ସୃଷ୍ଟି କରିବ । କ୍ରସ ମେଚିଂ ହୋଇ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବ । ଅନ୍ୟ ଜିଲା କିମ୍ବା ଅନ୍ୟ ରାଜ୍ୟର ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କରୋନା ସଂଖ୍ୟା ବ୍ୟାପୀପାରେ । ଏଣୁ ବସ୍ ଓ ଅଟୋରିକ୍ସା ଗୁଡିକରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ପୋଷ୍ଟର ଲଗାଯିବ । ମାସ୍କ ନ ଥିଲେ ଯାତ୍ରୀଙ୍କୁ ଜିଲାକୁ ପ୍ରବେଶ ମନା । ଯେଉଁ ବସ୍ କିମ୍ବା ଅଟୋ ରିକ୍ସାରେ ମାସ୍କ ନ ପିନ୍ଧି ଲେକେ ଯାତ୍ରା କରୁଥିବା ନଜରକୁ ଆସିଲେ ବସ୍ କିମ୍ବା ଅଟୋରିକ୍ସା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବସ୍ ଗୁଡିକରେ ଷ୍ଟାଫ ମାନଙ୍କ ନିମନ୍ତେ ସାନିଟାଇଜର୍ ରଖିବା ଜରୁରୀ । ପଞ୍ଚସୂତ୍ରୀ ପୂର୍ବ ପରି ବଳ ବତ୍ତର ରହିବ। ସୋସିଆଲ ମିଡିଆ ଟ୍ବିଟର୍ ଦ୍ବାରା ଦୈନିକ କାର୍ଯ୍ୟଧାରାକୁ ଲୋକଲୋଚନକୁ ଆଣିବାକୁ ଜିଲାପାଳ ଜଣାଇଛନ୍ତି।