Categories: ଜାତୀୟ

ମୁଣ୍ଡରୁ ହେଲା ସୁନା, ଟଙ୍କା ବର୍ଷା: ଜାଣନ୍ତୁ ପୁରା ଘଟଣା…

ନୂଆ ଦିଲ୍ଲୀ, ୨୨।୩: ବିଦେଶରୁ ସୁନା ଚୋରା ଚାଲାଣ ଘଟଣା ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି। ବିମାନ ବନ୍ଦରରେ କଡ଼ା ଯାଞ୍ଚ ଯୋଗୁ ଚୋରା ଚାଲାଣକାରୀମାନେ ବର୍ତ୍ତମାନ ନୂଆ ପଦ୍ଧତି ଆପଣାଉଥିବା ଦେଖିବାକୁ ମିଳୁଛି। ଚେନ୍ନାଇ ବିମାନ ବନ୍ଦରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷାକର୍ମୀମାନେ ଯେତେବେଳେ ୨ ଯାତ୍ରୀଙ୍କର ତଲାସି ନେଇଥିଲେ, ସେମାନଙ୍କୁ ସନ୍ଦେହ ହୋଇଥିଲା। ତେଣୁ ଉଭୟଙ୍କର କେଶ କଟାଯାଇଥିଲା। ଏହା ପରେ ଯାହା ଦେଖିବାକୁ ମିଳିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
୨ ଯାତ୍ରୀ ମୁଣ୍ଡରେ ଓ୍ବିଗ୍‌ ପିନ୍ଧିଥିଲେ। ତା ତଳେ ସୁନାକୁ ଲେପ ଦେଲା ପରି ଲଗାଇଥିଲେ। ଉଭୟଙ୍କ କେଶ କଟାଯିବା ମାତ୍ରେ ବର୍ଷା ହେଲା ପରି ସୁନା ଗଳିବାକୁ ଲାଗିଲା। ଏହାପରେ କଷ୍ଟମ ଅଧିକାରୀମାନେ ଆହୁରି ୭ ଯାତ୍ରୀଙ୍କୁ ଧରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୁଣ୍ଡରୁ ସୁନା ଏବଂ ୪ ଜଣଙ୍କ ମୁଣ୍ଡକୁ ବିଦେଶୀ ମଦ୍ରା ବାହାରିଥିଲା। ଏହିପରି ୧୪ଜଣ ଯାତ୍ରୀ ଚୋରା ଚାଲାଣ ମାମଲାରେ ଧରାପଡ଼ିଛନ୍ତି। ମାତ୍ର ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨.୫ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଏବଂ ୨୪ ଲକ୍ଷ ମୂଲ୍ୟର ବିଦେଶୀ ମୁଦ୍ରା ଜବତ ହୋଇଛି।

Share